
ଚିଲିଗୁଡ଼ା : କଳାହାଣ୍ଡିରେ ଜିଲ୍ଲା ଯୋଗାଣ ବିଭାଗ ରବିଧାନ କ୍ରୟ ବୁଧବାର ଠାରୁ ବନ୍ଦ କରିଛି। ଏହାର ସୁଯୋଗ ନେଇ ଜଣେ ଦଲାଲ କମ୍ ମୂଲ୍ୟରେ ଧାନ କିଣି ମିଲ୍କୁ ଚାଲାଣ କରି ଚାଷୀଙ୍କ ଦ୍ୱାରା ଅଟକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାରେ ମୋଟ୍ ୨୩ ଲକ୍ଷ ୧୦ ହଜାର କ୍ୱିଣ୍ଟାଲ କ୍ରୟ ହୋଇଛି। ତେବେ ଜୁନାଗଡ଼ ବ୍ଲକ୍ ଦାସୀଗାଁ ମଣ୍ଡିରେ ୧୦ ହଜାର କ୍ୱିଣ୍ଟାଲ ଧାନ ଏବେ ବି ମଣ୍ଡିରେ ରହିଛି। ଧାନ ନଉଠିବା ଯୋଗୁଁ ଚାଷୀ ମହଲରେ ଉତ୍ତେଜନା ଦେଖାଦେଇଛି।
ଏପରିସ୍ଥଳେ ବେଆଇନ ଭାବେ ସମ୍ପୃକ୍ତ ଦଲାଲ ଧାନ ଚାଲାଣ କରୁଥିବା ଚାଷୀଙ୍କ ନଜରକୁ ଆସିଥିଲା। ଦାସୀଗାଁ ଅଞ୍ଚଳର ଉକ୍ତ ବ୍ୟବସାୟୀ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ବହୁ ଦିନ ହେବ ଅଣ୍ଡରରେଟ୍ରେ ଚାଷୀଙ୍କ ଠାରୁ ଧାନ କ୍ରୟ କରି ସ୍ଥାନୀୟ ମିଲ୍କୁ ଧାନ ଯୋଗାଣ କରୁଛନ୍ତି। ବୁଧବାର ମିଲ୍କୁ ଧାନ ଚାଲାଣ କରୁଥିବା ଜାଣି ସ୍ଥାନୀୟ ଚାଷୀନେତା ଗୋବିନ୍ଦ ନାଗଙ୍କ ନେତୃତ୍ବରେ ଚାଷୀମାନେ ଧାନ ଟ୍ରକ୍ ଅଟକ ରଖି ପ୍ରଶାସନକୁ ଖବର ଦେଇଥିଲେ। ପରେ ଜୁନାଗଡ଼ ପୁଲିସ୍ ଓ ତହସିଲଦାର ଆସି ଧାନ ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲେ। ବ୍ୟବସାୟୀଙ୍କୁ ଗିରଫ କରିବାକୁ ଚାଷୀ ଦାବି କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।
The post ଧାନ ଦଲାଲକୁ ଅଟକ ରଖିଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3hfstiQ
0 Comments