ବେଲପଡ଼ା : ବେଲପଡ଼ା ଥାନା ଅନ୍ତର୍ଗତ କପାଣି ଗାଁରୁ ପୁଲିସ ଏକ ଚାରିଚକିଆ ଗାଡ଼ି ସହ ୧୨ଶହ ବୋତଲ କଫ୍‌ସିରପ୍‌ ଜବତ କରିଛି। ଏହି ମାମଲାରେ କପାଣିର ଗାଡ଼ି ମାଲିକ ଅର୍ଜୁନ ବେହେରା ଓ ଚାଳକ କାର୍ତ୍ତିକ ହଂସଙ୍କୁ ଗିରଫ କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ କପାଣି ଗାଁର ନୀଳ ମେହେର ଓରଫ ହାଡ଼ୁ ଫେରାର ହୋଇଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏକ ଚାରିଚକିଆ ଗାଡ଼ି (ଓଡି ୦୩ ଆର୍ ୫୩୨୫)ରେ ବେଆଇନ ଭାବେ କୋରେକ୍ସ ଚାଲାଣ ହେଉଥିବା ସୂଚନା ମିଳିଥିଲା। ବେଲପଡ଼ା ଥାନା ଓ ପାଟଣାଗଡ଼ ଥାନା ପୁଲିସ ମିଳିତ ଭାବେ ଉକ୍ତ ଗାଡ଼ିକୁ ପିଛା କରିଥିଲେ। ଗାଡ଼ିଟି ପାଟଣାଗଡ଼-ବିନ୍ଧନପଦର ରାସ୍ତାରେ ଆସୁଥିବା ବେଲପଡ଼ା ପୁଲିସ ପିଛା କରିଥିଲା। ହେଲେ ଗାଡ଼ିଟି ପୁଲିସକୁ ଚକମା ଦେଇ ଅନ୍ୟ ରାସ୍ତାରେ ଫେରାର ହୋଇଥିଲା। କିଛି ସମୟ ପରେ ଗାଡ଼ିଟିକୁ କପାଣି ଗାଁ ବସ୍ତିରେ ଠାବ କରାଯାଇଥିଲା।

The post ଗାଡ଼ି ସହ କଫ୍‌ସିରପ୍‌ ଜବତ; ଦୁଇ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର first appeared on Sambad.

from ଜିଲ୍ଲା | Sambad https://ift.tt/3Afq14U