
ଖଡ଼ିଆଳ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ୍ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ କେନ୍ଦୁପତ୍ର ଡିଭିଜନ୍ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ତୋଳାଳି, ଶ୍ରମିକ ଓ ସିଜିନାଲ୍ କର୍ମଚାରୀ ପୂର୍ବ ନିର୍ଦ୍ଧାରିତ ଗଣଧାରଣାରେ ବସିଥିଲେ। ମହାମାରୀ ସମୟରେ ଜିଲ୍ଲାର ୪୦ ହଜାର କେନ୍ଦୁପତ୍ର ତୋଳାଳି ୨ମାସ ହେଲା ତାଙ୍କ ପ୍ରାପ୍ୟ ନପାଇବା, ସିଜିନାଲ୍ କର୍ମଚାରୀଙ୍କ ୨୦୧୯ର ବର୍ଦ୍ଧିତ ବକେୟା ଦରମା, ଇପିଏଫ୍ ଲାଗୁ ନକରିବା ଇତ୍ୟାଦି ଦାବିକୁ ନେଇ ଗଣଧାରଣା ଦିଆଯାଇଥିଲା।
ଆନ୍ଦୋଳନକାରୀଙ୍କ ସହିତ ଡିଏଫ୍ଓ ଆଲୋଚନା କରି ଧାରଣାରୁ ଓହରିଯିବାକୁ ନିବେଦନ କରିଥିଲେ। ଆସନ୍ତା ୧୦ ତାରିଖ ସୁଦ୍ଧା ତୋଳାଳିଙ୍କ ପ୍ରାପ୍ୟ ନିଶ୍ଚୟ ପ୍ରଦାନ କରାଯିବ, ଡିଭିଜନ୍ ସ୍ତରରେ ଯାହା ସମ୍ଭବ ତାହାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିଛି ଦାବିକୁ ଉଚ୍ଚ ଅଧିକାରୀଙ୍କ ପାଖକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ପ୍ରତିଶ୍ରୁତି ପାଳନ ନହେଲେ ଡିଭିଜନ୍ରେ ସମ୍ପୂର୍ଣ କାର୍ଯ୍ୟବନ୍ଦ କରାଯାଇ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଥିଲେ।
The post ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/3AizPeb
0 Comments