
ଖୋର୍ଦ୍ଧା: ଅତ୍ୟାବଶ୍ୟକ ସାମଗ୍ରୀ ଓ ପେଟ୍ରୋଲ୍ ଡିଜେଲ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ-ଏମ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବାହ୍ଣ ୧୧ଟା ବେଳେ ଏକ ମୋଟର ସାଇକଲ୍ ରାଲିରେ ଦଳର କର୍ମକର୍ତା ଓ ସଦସ୍ୟମାନେ ପହଂଚିଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପରେ ତିନି ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ଦେଇଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଡିଜେଲ୍ ଓ ପେଟ୍ରୋଲ୍ ଉପରେ ଟିକସ୍ ହ୍ରାସ କରି ଦର କମାନ୍ତୁ।
ଏହା ସହ କଳାବଜାରୀ, ମହଜୁଦକାରୀଙ୍କ ବିରୋଧରେ ପଦକ୍ଷେପ ନେବା, ପ୍ରତି ପରିବାରକୁ ୧୦ କିଲୋଗ୍ରାମ ଚାଉଳ ଓ ଗହମ ସହ ଖାଇବା ତେଲ, ଡାଲି, ଚିନି, ଚା ଆଦି ରାସନ କିଟ୍ ମାଗଣା ଯୋଗାଇବା, ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବି ରହିଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ସିପିଆଇଏମ୍ର ସମ୍ପାଦକ ଅନନ୍ତ ମଙ୍ଗରାଜ, ସିଆଇଟିୟୁର ଦୁର୍ଗା ସ୍ୱାଇଁ, ରବି ବେହେରା, କିଶୋର ପରମଗୁରୁ, ଯତିନ ମହାନ୍ତିଙ୍କ ସମେତ ସିପିଆଇଏମ୍ଏଲ୍-ଲିବରେସନ୍, ଅଲ୍ଇଣ୍ଡିଆ ଫରୱାଡ଼ ବ୍ଲକ ସଂଗଠନର ସଦସ୍ୟ ଯୋଗ ଦେଇଥିଲେ।
The post ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇଏମ୍ର ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3jsJSrp
0 Comments