
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ କାନକୁଟ୍ରୁ ପଞ୍ଚାୟତ କନ୍ଧବୋରି ଗାଁ ଧରଣୀ ଗୁଡ଼ିରେ ସୋମବାର ପ୍ରେମୀଯୁଗଳଙ୍କୁ ବାହା କରାଇଛନ୍ତି ଗ୍ରାମବାସୀ। ଏହି ପଞ୍ଚାୟତର ଯୁବକ ଖଗେଶ୍ବର ପ୍ରଧାନୀ ଦୁଇବର୍ଷ ତଳେ ତ୍ରିଲୋଚନପୁର ପଞ୍ଚାୟତ ଗଉଡ଼ ଥୁଆଗୁଡ଼ା ଗ୍ରାମର ରେବତୀ ମାଝୀଙ୍କୁ ବିବାହ କରିଥିଲେ। ଖଗେଶ୍ବର ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ। ସେହି ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିବା କନ୍ଧବୁରୀ ଗାଁର ଝିଅ ବନିତା ମାଝୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଗତ ୧୮ ତାରିଖ ଦିନ ବନିତା ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଟ୍ରାକ୍ଟର ଚାଳକ ଖଗେଶ୍ୱରଙ୍କୁ ସନ୍ଦେହରେ ପଚାରିବାରୁ ସେ ବନିତାଙ୍କୁ ନେଇଥିବା ସ୍ୱୀକାର କରିଥିଲେ। ଫଳରେ ଗ୍ରାମବାସୀ ଉଭୟଙ୍କୁ ଗାଁ ଧରଣୀଗୁଡ଼ିରେ ବିବାହ କରାଇଥିଲେ।
The post ପ୍ରେମୀ ଯୁଗଳଙ୍କୁ ଧରଣୀଗୁଡ଼ିରେ ବାହା କରାଇଲେ ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3gUF8HQ
0 Comments