ବରଗଡ଼ : ବରଗଡ଼ ପୁଲିସ୍‌ ଏବଂ ଏସ୍‌ଓଜି ଯବାନଙ୍କ ମିଳିତ ଅଭିଯାନରେ ପଦ୍ମପୁର ଉପଖଣ୍ଡ ଝାଞ୍ଜ ପାହାଡ଼ରେ ବଲାଂଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ୍‌ର ସକ୍ରିୟ ନେତା ରବିନ୍ଦର ଟଳି ପଡ଼ିଥିଲା। ଯବାନଙ୍କ ଏନ୍‌କାଉଣ୍ଟର୍‌ ପରେ ମାଓବାଦୀମାନେ ଛତିଶଗଡ଼ମୁହାଁ ହୋଇଥିବା କୁହାଯାଉଛି। କୁମ୍ବିଂ ଅପରେସନ୍‌କୁ ଓଡ଼ିଶା ପଟୁ ଜୋର୍‌ଦାର୍‌ କରାଯାଇଛି। ଏନ୍‌କାଉଣ୍ଟର ପରବର୍ତୀ ସ୍ଥିତି ବରଗଡ଼ଠାରେ ସମୀକ୍ଷା କରିଛନ୍ତି ଆଇଜି ଅପରେସନ୍‌ ଅମିତାଭ ଠାକୁର।

ମାଓ ନେତା ରବିନ୍ଦର ନିହତ ହେବା ଓଡ଼ିଶା ପୁଲିସ୍ ପାଇଁ ଏକ ବଡ଼ ସଫଳତା ବୋଲି ସେ କହିବା ସହ ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ପକ୍ଷରୁ ଘୋଷିତ ସୁବିଧା ସୁଯୋଗର ଲାଭ ନେବାକୁ ସେ ଆହ୍ବାନ ଦେଇଥିଲେ। ଗନ୍ଧମାର୍ଦ୍ଦନ ଓ ଝାଞ୍ଜ ପାହାଡ଼ର ପାଦ ଦେଶରେ ମାଓବାଦୀ ସମୟ ସମୟରେ ସକ୍ରିୟ ରହିଥାନ୍ତି। ଗତବର୍ଷ ଦୁଇଥର ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବର୍ତମାନ ସକ୍ରିୟ ଥିବା ମାଓ ଡିଭିଜନ୍‌ ଗୁଡ଼ିକ ମଧ୍ୟରେ ଓଡ଼ିଶାର ମାତ୍ର ୧୦ ପ୍ରତିଶତରୁ କମ୍ ଲୋକ ସଂଶ୍ଳିଷ୍ଟ ଅଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାରୁ ମାଓ ଗତିବିଧି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଶ୍ରୀ ଠାକୁର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ ଗୁଇନ୍ଦା ବିଭାଗରଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଅନିରୁଦ୍ଧ ସିଂ, ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ, ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଉପସ୍ଥିତ ଥିଲେ।

The post ବରଗଡ଼ରେ ଆଇଜି ଅପରେସନ୍‌, ଏନ୍‌କାଉଣ୍ଟର ପରବର୍ତୀ ସ୍ଥିତି ସମୀକ୍ଷା କଲେ first appeared on Sambad.

from ଜିଲ୍ଲା | Sambad https://ift.tt/3xjNkIy