
ଭବାନୀପାଟଣା : ଭବାନୀପାଟଣାସ୍ଥିତ ବିଏମ ହାଇସ୍କୁଲ ପରିସରରେ ଥିବା ପ୍ରଧାନଶିକ୍ଷକ ପୁରୁଣା ଘରକୁ ଭଙ୍ଗାଯାଇ ସେଠାରେ ନୂଆ ଡିଇଓ ଅଫିସ ନିର୍ମାଣକୁ ପୁରାତନ ଛାତ୍ର ସଂଘ ତୀବ୍ର ବିରୋଧ କରିଛି। ଏନେଇ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରକାଶ ଯେ ଏହି କୋଠା ୧୯୩୦ ମସିହାରେ ନିର୍ମିତ ହୋଇଥିଲା। ଏବେ ବ୍ରଜମୋହନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସରକାରୀ ବାସଗୃହ ପରି ଏକ ପୁରାତନ କୀର୍ତିକୁ ପ୍ରଶାସନ ପକ୍ଷରୁ ଡିଇଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭଙ୍ଗାଯିବା ନେଇ ପୂର୍ବତନ ଛାତ୍ରସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଶନିବାର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସଭାପତି ରାମଶଙ୍କର ଦାସଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଏହି ଦାବିପତ୍ରରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବ ମନ୍ତ୍ରୀ ରାସ ବିହାରୀ ବେହେରା, ପୂର୍ବ ସାଂସଦ ସୁଭାଷ ଚନ୍ଦ୍ର ନାୟକ, ପ୍ରଫେସର ଗୋପବନ୍ଧୁ ବେହେରା, ଅକ୍ଷୟ ନନ୍ଦ, ଡା. ଲମ୍ବୋଦର ସାହୁ, ଡା. ରବି ସେନାପତି, ଆୟୁବ ଅଲ୍ଲୀ ଖାଁ, ମହମ୍ମଦ ଅଲ୍ଲୀ, ୧୯୭୪ ମାଟ୍ରିକ୍ ବ୍ୟାଚର ସଭାପତି ସୁଧାଂଶୁ ଶେଖର ଦେଓ, ସମେତ ବହୁ ପୁରାତନ ଛାତ୍ର ଦସ୍ତଖତ କରିବା ସହିତ ଅସନ୍ତୋଷ ଜାହିର କରିଛନ୍ତି।
The post ନୂଆ ଡିଇଓ ଅଫିସ ପାଇଁ ବିଏମ ହାଇସ୍କୁଲ ପ୍ରଧାନଶିକ୍ଷକ ଘର ଭାଙ୍ଗିଲେ first appeared on Sambad.from ଜିଲ୍ଲା | Sambad https://ift.tt/35fNggI
0 Comments