ନୂଆପଡ଼ା : ଜିଲ୍ଲା‌ରେ କିଛିଦିନ ହେବ କରୋନା ମୃତ୍ୟୁ ସଂଖ୍ୟାରେ ‌ରୋକ୍‌ ଲାଗିଥିବା ବେଳେ ରବିବାର ପୁଣି ୨ଜଣଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା କୋଭିଡ୍ ଡାକ୍ତରଖାନାରେ କୋମନା ବ୍ଲକ୍‌ ଖମବାହି ଗ୍ରାମର ଦାଦନ ଶ୍ରମିକଙ୍କ (୨୦ ବର୍ଷ) ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମାସେ ତଳେ ରାଜ୍ୟ ବାହାରୁ ଫେରି ସେ ଘରେ ରହିଥିଲେ। ଶନିବାର ଯୁବକ ଜଣକ ଅସୁସ୍ଥ ଅନୁଭବ କରିଥିଲେ। କୋମନା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାବ୍‌ ଟେଷ୍ଟ କରିବା ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସେହିପରି ଅନ୍ୟ ମୃତକ ଜଣକ କୋମନା ବ୍ଲକ୍‌ ଅଞ୍ଚଳର (୪୮ ବର୍ଷୀୟ) ବୋଲି ଜଣାପଡ଼ିଛି। ଏମାନଙ୍କ ଶବକୁ ଖରିଆର ରୋଡ୍‌ ଏନ୍‌ଏସି ପକ୍ଷରୁ ସତ୍କାର କରାଯାଇଛି। ଅନ୍ୟପଟେ ନୂଆପଡ଼ା ଜିଲ୍ଲାରେ ଆଜି ୨୪୩ ଭିଟିଏମ୍ ଓ ୭୮୪ ଆଣ୍ଟିଜେନ୍‌ ମୋଟ୍‌ ୧୦୨୭ ଜଣଙ୍କ କରୋନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସିନାପାଲି ବ୍ଲକ୍‌ରେ ୩ ଜଣ ଓ କୋମନା ବ୍ଲକ୍‌ରେ ୫ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲା କୋଭିଡ୍‌ ଡାକ୍ତରଖାନାରେ ୬ଜଣ ଚିକିତ୍ସିତ ହେଉଥିବା ବେଳେ ୨୭ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

The post ନୂଆପଡ଼ା କୋଭିଡ୍ ଡାକ୍ତରଖାନରେ ଦାଦନ ଶ୍ରମିକଙ୍କ ସହ ୨ ମୃତ; ପୁଣି ୮ ଆକ୍ରାନ୍ତ ଚିହ୍ନଟ first appeared on Sambad.

from ଜିଲ୍ଲା | Sambad https://ift.tt/3w0APR5