
କେସିଙ୍ଗା : କେସିଙ୍ଗା ରେଳ ଷ୍ଟେସନ ନିକଟରେ ବୁଧବାର ଏକ ରେଳ ଅମ୍ଳଜାନ କଣ୍ଟେନରରୁ ଗ୍ୟାସ୍ ଲିକ୍ ହେଉଥିବା ଦେଖିବାକୁ ମିଳିଥିଲା। ୧୧ ଘଣ୍ଟା ପରେ ତାହା ନିୟନ୍ତ୍ରଣ କରାଯାଇ ପାରିଥିଲା।
ପ୍ରକାଶ ଯେ ରାଉରକେଲା ଷ୍ଟିଲପ୍ଲାଣ୍ଟରୁ ୧୦ଟି ରେଳ କଣ୍ଟେନରରେ ଅମ୍ଳଜାନ ବୋଝେଇ ହୋଇ ମେଡିକାଲ ଉଦ୍ଦେଶ୍ୟରେ ଚେନ୍ନାଇ ଯାଉଥିଲା। ମଙ୍ଗଳବାର ରାତିରେ ତାହା କେସିଙ୍ଗା ପହଞ୍ଚିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ କଣ୍ଟେନରରୁ ଅମ୍ଳଜାନ ଲିକ୍ ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ବନ୍ଦ କରିବା ପାଇଁ କେସିଙ୍ଗା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ୟମ କରିଥିଲେ ମଧ୍ୟ ବନ୍ଦ ହୋଇ ନଥିଲା। ବହୁ ବିଳମ୍ବରେ ଦୁଇଜଣ ଇଞ୍ଜିନିୟର ଆସି ଏହି ଅମ୍ଳଜାନ ଲିକ୍କୁ ରୋକିଥିଲେ। ବୁଧବାର ଅପରାହ୍ନ ୫ଟାରେ ଗାଡ଼ିଟି ପୁଣି ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲା। ଅମ୍ଳଜାନ ଲିକ୍କୁ ନେଇ ସ୍ଥାନୀୟ ଲୋକମାନେ କିଛି ସମୟ ପାଇଁ ଭୟଭୀତ ମଧ୍ୟ ହୋଇପଡ଼ିଥିଲେ।
The post ରେଳ ଅମ୍ଳଜାନ କଣ୍ଟେନରରୁ ଗ୍ୟାସ ଲିକ, ୧୧ ଘଣ୍ଟା ପରେ ନିୟନ୍ତ୍ରଣାଧୀନ first appeared on Sambad.from ଜିଲ୍ଲା | Sambad https://ift.tt/3itbkVl
0 Comments