ପାଟଣାଗଡ଼ : ଗୁରୁବାର ସାବିତ୍ରୀ ବ୍ରତ ଥିବାରୁ ବୁଧବାର ପାଟଣାଗଡ଼ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦୋକାନ ବଜାର ସବୁଆଡ଼େ ଗହଳି। କୋଭିଡ କଟକଣାକୁ ଲୋକେ ଖାତିର ନକରି ବଜାର କରୁଥିବା ଦେଖିବାକୁ ମିଳିଥିଲା। ଭିଡ ଯୋଗୁଁ ଟ୍ରାଫିକ ସମସ୍ୟା ବି ଦେଖା ଦେଇଥିଲା। ପୁଲିସ ଦୋକାନ ବଜାରରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ କହୁଥିଲା। ଏହା ସତ୍ତ୍ବେ ଲୋକେ ଅମାନିଆ ହୋଇ ଚାଲିଥିବାରୁ ପରେ ପାଟଣାଗଡ଼ ଥାନାରୁ ପୁଲିସ ଗାଡ଼ିରେ ‌ଡାକବାଜି ଯନ୍ତ୍ର ସାହାଯ୍ୟରେ ଏସ୍‌ଆଇ ବିଦେଶୀ ପଧାନ ଘୋଷଣା ମଧ୍ୟ କରିଥିଲେ।

The post ପାଟଣାଗଡ଼ ଦୋକାନ ବଜାରରେ ପ୍ରବଳ ଭିଡ଼, ସାବିତ୍ରୀ ପାଇଁ କୋଭିଡ କଟକଣାକୁ ଭୁଲିଗଲେ ଲୋକେ first appeared on Sambad.

from ଜିଲ୍ଲା | Sambad https://ift.tt/2SmlSec