ବ୍ରହ୍ମବରଦା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ତଥା ବ୍ରହ୍ମବରଦା ଫାଣ୍ତି ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କୋଠିଡିହ ସଂଖ୍ୟାଲଘୁ ସାହିରେ ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ ହୋଇଛି। ଏଥିରେ ୫ ଆହତ ହୋଇଥିବା ବେଳେ ଧର୍ମଶାଳା ପୁଲିସ ୨ ଜଣକୁ ଗିରଫ କରିଛି।

ତିନି ମାସ ତଳେ ଏହି ସାହିର ଦୁଇଜଣ ଯୁବକଯୁବତୀ ପ୍ରେମ ବିବାହ କରିଥିଲେ। ଏହାକୁ ନେଇ ସେମାନଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗତକାଲି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ତ ହେବାରୁ ପୁଅ ପରିବାର ବ୍ରହ୍ମବରଦା ଫାଣ୍ତିର ଦ୍ବାରସ୍ଥ ହୋଇଥିଲେ। ଏହାର ଆପୋସ ସମାଧାନ ହୋଇଥିବା ବେଳେ ଆଜି ଝିଅ ପରିବାର ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏଥିରେ ପୁଅ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଧର୍ମଶାଳା ପୁଲିସ ଝିଅ ଘର ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

The post ପ୍ରେମ ବିବାହକୁ ନେଇ ଗଣ୍ତଗୋଳ, ୫ ଆହତ, ଦୁଇ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3pEFyWJ