ରବି ଧାନକିଣାରେ ବି ଚାଷୀଙ୍କ ସହ ଖେଳ; ଜିଲ୍ଲାରେ ଟାଗେର୍ଟ ଶେଷ, ମଣ୍ଡିରେ ପଡ଼ିଛି ୫୦ ହଜାରରୁ ଅଧିକ ବସ୍ତା ଧାନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପ୍ରତିବର୍ଷ ଧାନକିଣା ସମୟରେ ପ୍ରଶାସନ ଚାଷୀମାନଙ୍କ ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି। ଗତବର୍ଷ ଖରିଫ ଧାନକିଣାରେ ମଧ୍ୟ ପ୍ରଶାସନର ଅବହେଲେ ଯୋଗୁଁ ଜିଲ୍ଲାର ହଜାରେରୁ ଅଧିକ ଚାଷୀ ଧାନ ବିକିିବାରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ ରିବଧାନ କିଣା‌ରେ ମଧ୍ୟ ସେଭଳି ସମସ୍ୟା ଦେଖାଦେଇଛି। ଚଳିତ ବର୍ଷ ରବି ଧାନକିଣା ଏକ ମାସ ନପୂରୁଣୁ ଜିଲ୍ଲାର ଟାଗେର୍ଟ ଶେଷ ଯାଇଛି ବୋଲି ଅଧିକାରୀମାନେ କହୁଛନ୍ତି। ହେଲେ ଜିଲ୍ଲାରେ ଚଳିତ ବର୍ଷ ରବିରେ ୨ଲକ୍ଷ ୨୦ ହଜାର କ୍ବିଣ୍ଟାଲ ଧାନ ଟାଗେର୍ଟ ଥିବା ବେଳେ ୬ ତାରିଖ ସୁଦ୍ଧା ୨୯୭୫ଜଣ ଚାଷୀଙ୍କଠାରୁ ୧,୭୪,୨୧୮.୨୪ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। ୪୩୧ ଜଣ ଚାଷୀଙ୍କ ୫୭ହଜାର ୨୭ ବସ୍ତା ଧାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ିରହିଛି। ଚାଷୀମାନେ ଧାନକୁ ଜଗି ରହିଛନ୍ତି। ଚାଷୀମାନେ ଧାନ କ୍ରୟ ପାଇଁ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଟାର୍ଗେଟ ନଥିବା କହି ସେମାନଙ୍କୁ ଭୁତଉଛି। ଚାଷୀମାନଙ୍କ ସମସ୍ୟା ନେଇ ସୋମବାର ଜିଲ୍ଲା ବିଜେପିର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି।

ବିଭାଗଠାରୁ ମିଳିଥିବା ସୂଚନା ଅନୁସ‌ା‌ରେ ଚଳିତ ମାସ ୬ ତାରିଖ ସୁଦ୍ଧା  ନୂଆପଡ଼ା ଜିଲ୍ଲାର ୨୬ଟି ପେକ୍ସ ଓ ୬୨ଟି ମଣ୍ଡିରେ ଟାର୍ଗେଟ ନଥିବାରୁ ୪୩୧ ଜଣ ଚାଷୀଙ୍କ ୫୭ ହଜାର ୨୭ ବସ୍ତା ଧାନ ପଡ଼ିରହିଛି। ନୂଆପଡ଼ା ବ୍ଲକ୍‌ର ୮ଟି  ପେକ୍ସରେ ୨୨ହଜାର ୧୪୭ ବସ୍ତା, କୋମନା ବ୍ଲକ୍‌ର ୬ଟି ପେକ୍ସରେ ୨୦୯ ଜଣ ଚାଷୀଙ୍କ ୨୮ ହଜାର ୫୮୬ ବସ୍ତା,  ଖଡ଼ିଆଳ ବ୍ଲକ୍‌ର ୫ଟି ପେକ୍ସରେ ୪ ଜଣ ଚାଷୀଙ୍କ ୭୪୦ ବସ୍ତା ଧାନ, ସିନାପାଲି ବ୍ଲକ୍‌ର ୪ଟି ପେକ୍ସରେ ୨୫ ଜଣ ଚାଷୀଙ୍କ ୩୦୨୮ ବସ୍ତା,  ବୋଡ଼େନ ବ୍ଲକ୍‌ର ୩ଟି ପେକ୍ସରେ ୨୦ ଜଣ ଚାଷୀଙ୍କ ୨୫୨୬ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ଜିଲ୍ଲାରେ ଗତ କିଛିଦିନ ହେଲା ପାଗ ମେଘୁଆ ରହୁଛି ଓ ବର୍ଷା ମଧ୍ୟ ହେଉଛି। ହେଲେ ନୂଆପଡ଼ା ଆର୍‌ଏମ୍‌ସି ପକ୍ଷରୁ  ମଣ୍ଡିରେ ଥିବା ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ ତାରପୋଲିନ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଚାଷୀମାନେ ନିଜ ଘରୁ ତାରପୋଲିନ ଆଣି ଧାନକୁ ଘୋଡ଼ାଇ ରଖିଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ଯୋଗାଣ ବିଭାଗ  ସହିତ ଜିଲ୍ଲା ପ୍ରଶାସନର ଭିଡିଓ କନଫେନ୍ସ ଥିବାରୁ ନୂଆପଡ଼ା ଜିଲ୍ଲାକୁ ପୁଣି ଟାର୍ଗେଟ ଦିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାରେ ଚଳିତ ରବିରେ ୭ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି ଏବଂ ମାତ୍ର ୨୯୭୫ ଜଣ ଚାଷୀଙ୍କ ଠାରୁ ଆଜିଯାଏ ଧାନ କ୍ରୟ କରାଯାଇଛି।

The post ରବି ଧାନକିଣାରେ ବି ଚାଷୀଙ୍କ ସହ ଖେଳ; ଜିଲ୍ଲାରେ ଟାଗେର୍ଟ ଶେଷ, ମଣ୍ଡିରେ ପଡ଼ିଛି ୫୦ ହଜାରରୁ ଅଧିକ ବସ୍ତା ଧାନ first appeared on Sambad.

from ଜିଲ୍ଲା | Sambad https://ift.tt/3fYrZhS

Post a Comment

0 Comments