
ବେଲପଡ଼ା : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମୁରିବାହାଲ ଗାଁରେ ଗତ ୨୯ତାରିଖ ରାତିରେ ଗାଁ ପାଣ୍ଠିକୁ ନେଇ ମାଡ଼ପିଟ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବୃଦ୍ଧ ଭୁଜବଳ ବର୍ଗେଙ୍କ ଗତ ୭ ତାରିଖ ମୃତ୍ୟୁ ଘଟିଛି। ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତ ବିଭୀଷଣ ବାଗକୁ ପୁଲିସ ବୁଧବାର ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୯ ତାରିଖ ଗାଁ ପାଣ୍ଠିକୁ ନେଇ ଏକ ସଭା ହୋଇଥିଲା। ଏହି ସମୟରେ ଭୁଜବଳ ଓ ବିଭୀଷଣଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବିଭୀଷଣ ଏକ ଠେଙ୍ଗାରେ ଭୁଜବଳଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଭୁଜବଳଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଥିଲା। ଘଟଣା ସଂପର୍କରେ ଭୁଜବଳଙ୍କ ପୁଅ ସୁଦାମ ଗତ ୩୦ତାରିଖ ବେଲପଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ଗତ ୮ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ବୁଧବାର ମଣ୍ତଳ ପାଖରେ ଧରିଥିଲା। ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଆସନ୍ତା ୧୦ତାରିଖ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବୁଲୁ ମୁଣ୍ତା ସୂଚନା ଦେଇଛନ୍ତି।
The post ଗାଁ ପାଣ୍ଠିକୁ ନେଇ ମୁୁରିବାହାଲରେ ମାଡ଼ପିଟ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ, ଫେରାର ଅଭିଯୁକ୍ତ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xnS6EX
0 Comments