
ବିନିକା : ବିନିକା ଅଞ୍ଚଳରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଲାଗି ରହିଛି। ବୁଧବାର ରବିଧାନ ବିକ୍ରିର ଅନ୍ତିମ ଦିନ ଥିଲା। ଟୋକନ ସମସ୍ୟାରୁ ବହୁ ଚାଷୀ ସେମାନଙ୍କ ଧାନ ବିକ୍ରି କରି ପାରିଲେ ନାହିଁ। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୮ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ କ୍ରମରେ ବୁଧବାର କଂଗ୍ରେସ ପକ୍ଷରୁ ଏମ୍ଡିଆର୍ ୩୯ ରାସ୍ତାର ବିନିକା ମହାନଦୀ ଛକରେ ରାସ୍ତାରୋକ କରାଯାଇଥିଲା। ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ରାସ୍ତାରୋକ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମଟର ଅଟକି ରହିଥିଲା। ଏଥିରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଥିଲା। ଆନ୍ଦୋଳନକାରୀମାନେ ସରକାର ବିରୋଧୀ ନାରା ଦେଇଥିଲେ।
ଅନ୍ୟପକ୍ଷରେ ବିନିକା ତହସିଲ ଅଫିସ୍ରେ ୨୯୬ ପ୍ୟାକେଟ ଧାନ ରଖାଯାଇ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ତହସିଲ ଅଫିସ୍ରେ ସବୁ କାର୍ଯ୍ୟ ଠପ୍ ହୋଇଯାଇଛି। ତେବେ ଚାଷୀଙ୍କ ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିନିକା ବ୍ଲକ୍ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତା ପ୍ରକାଶ କରିଛନ୍ତି।
ଆଜି ଆନ୍ଦୋଳନରେ ଜିଲ୍ଲା କୃଷକ ସେଲ୍ ସଭାପତି ନରେନ୍ଦ୍ର ପଣ୍ଡା, ରାଜ୍ୟ ଛାତ୍ର ସଙ୍ଘ ସଭାପତି ଗୋବିନ୍ଦା ଝାଙ୍କର, ପ୍ରଦୀପ ସେଠୀ, ସପ୍ତେଶ୍ୱର ପୃଷ୍ଟି, ହରିହର ଛନ୍ଦ, ସୁମନ୍ତ ସାହୁ, ବିଜୟ ଭୋଇ, ମହେନ୍ଦ୍ର ଥନାପତି, ଟିକୁ ହୋତା, ହଜାରୁ ସାହୁ, ରୁଦ୍ରନାରାୟଣ ସାହୁ, ବିଜୟ ଭୋଇ, କୁଶ ଭୁଏ, ରାଜେନ୍ଦ୍ର ସା, ନାଗେଶ୍ବର ବାଗ, ସୁରେନ୍ଦ୍ର ବଗର୍ତ୍ତି, ସୌମିତ୍ରୀ ଥନାପତି, ଶିବ ପରର୍ଡ଼ିଆ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ଚାଷୀ ସାମିଲ ଥିଲେ।
The post ଧାନ ବିକ୍ରି ସମସ୍ୟା, କଂଗ୍ରେସର ୧୦ଘଣ୍ଟିଆ ରାସ୍ତା ଅବରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3AaVO73
0 Comments