ବାରିପଦା : ବିଜେଡ଼ି ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଆଜି ଦିନିକିଆ ମାରାଥନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଥିଲେ । ପ୍ରଥମେ ବାରିପଦା ବ୍ଲକର ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲ ପରିସରରେ  ଓଡ଼ିଶା ମୋ ପରିବାର ପକ୍ଷରୁ  କାର୍ଯ୍ୟକାରୀ କରାଯାଇଥିବା କୋଭିଡ଼ ସହାୟତା କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତାବସ୍ଥାକୁ ପରଖି ଥିଲେ ।
ଉକ୍ତ ସହାୟତା କେନ୍ଦ୍ରରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇବା ସଂଗେସଂଗେ କୋଭିଡ଼ ହସପିଟାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଓ ସେମାନଙ୍କ ପରିବାରର ସଦସ୍ୟ, ସହଯୋଗୀମାନେ ଯେପରି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତତ୍ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିର୍ଦ୍ଦେଶ ଅନୁସାରେ ଗତ ୟାସ ବାତ୍ୟା ସମୟରେ ବାରିପଦା ବ୍ଲକର କର୍ମୀମାନେ ଜନସାଧାରଣଙ୍କୁ ଯେଉଁ ଭଳି  ସହାୟତା ଓ ସହଯୋଗ ପ୍ରଦାନ କରିଥିଲେସେଥି ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ, ଉପାଧ୍ୟକ୍ଷ ରବୀନ୍ଦ୍ର ଦେହୁରୀ, ଜିଲ୍ଲାପରିଷଦ ସଦସ୍ୟା ସୁକୁମାରୀ ବାସ୍କେ, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ,ଦେବାଶିଷ ମାର୍ଣ୍ଡି,  ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କୃଷ୍ଣ ଦାସ, ପ୍ରଭାତ ନାୟକ, , ସରୋଜ କୁମାର ବୋଷ, ପୂର୍ଣ୍ଣାନନ୍ଦ ପରିଡ଼ା,  ବିକାଶ ବାରିକ, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼, ଅଜିତ ଭକ୍ତା, ବାଇଧର ମାର୍ଣ୍ଡି ପ୍ରମୁଖଙ୍କ ସମେତ ବିଜେଡ଼ିର ସମସ୍ତ ପଞ୍ଚାୟତ ସମିତି ସଦସ୍ୟ, ସଦସ୍ୟା, ସରପଞ୍ଚମାନେ ଉପସ୍ଥିତ ଥିଲେ ।
The post କୋଭିଡ ହସ୍ପିଟାଲ ବାହାରେ ଥିବା ହେଲ୍ପଡେସ୍କର ସ୍ବେଚ୍ଛାସେବୀଙ୍କୁ ଭେଟିଲେ ଵବି first appeared on Sambad.

from ଜିଲ୍ଲା | Sambad https://ift.tt/2SloMA1