
ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ପଲମ ଫାଣ୍ଡି ଅଞ୍ଚଳରୁ ଫେରାରଥିବା ପ୍ରେମୀଯୁଗଳଙ୍କୁ ପୁଲିସ ଉଦ୍ଧାର କରିଛି।
ଘଟଣାରୁ ପ୍ରକାଶ ଯେ ନର୍ଲା ବ୍ଲକ୍ ଟକର୍ଲା ଗ୍ରାମର ସହଦେବ ରଣା କେସିଙ୍ଗା ଥାନା ଫଲମ ଫାଣ୍ଡିରେ ଗତ ଏପ୍ରିଲ୍ ୨୯ ତାରିଖରେ ତାଙ୍କ ନାବାଳିକା ଝିଅ କେଉଁଆଡ଼େ ଚାଲିଯାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଘଟଣାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ଖେତୁପଡ଼ା ଗ୍ରାମର ଦୀନବନ୍ଧୁ ଜାଲ୍ ଝିଅକୁ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା।
ପ୍ରେମୀଯୁଗଳ ପ୍ରଥମେ ଆନ୍ଧ୍ରପ୍ରଦେଶ ଯାଇ ସେଠାରେ କିଛିଦିନ ରହିଥିଲେ। ସେଠାରୁ ଆସି ନର୍ଲା ଥାନା ଅନ୍ତର୍ଗତ ଗୋପାଳପୁରଠାରେ ନିଜ ସଂପର୍କୀୟ ଘରେ ଲୁଚିଥିବା ଜାଣି ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡା ସଦଳବଳେ ଚଢ଼ଉ କରି ଦୁହିଙ୍କୁ ଧରିଥିଲେ। ଏ ନେଇ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ପ୍ରେମିକ ଦୀନବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକା ଝିଅକୁ ତା’ର ବାପା ନେବା ପାଇଁ ମନା କରିଦେବାରୁ ଝିଅକୁ ଭବାନୀପାଟଣାସ୍ଥିତ ସିଡବ୍ଲୁସିକୁ ପଠାଇ ଦିଆଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
The post ଫେରାର୍ ପ୍ରେମୀଯୁଗଳଙ୍କୁ ଧରିଲା ପୁଲିସ; ପ୍ରେମିକ ଗିରଫ, ପ୍ରେମିକାକୁ ସିଡବ୍ଲୁସି ପଠାଗଲା first appeared on Sambad.from ଜିଲ୍ଲା | Sambad https://ift.tt/3dfIoN0
0 Comments