ଜୟପୁର: ପୁଣି ସହରରେ ମାତିଲେ ଚୋର ଦଳ। ସ୍ଥାନୀୟ ଭାରତ ଗ୍ୟାସ୍ ଏଜେନ୍ସୀରେ ଏଥର ଲୁଟ କରିବା ଲକ୍ଷ୍ୟ ରଖିଥିଲେ। ‌ଗ୍ୟାସ୍ ଏଜେନ୍ସୀ‌ର ତାଲା ଭାଙ୍ଗିବା ସହ ଭିତରେ ପସିଥିଲେ। ଟଙ୍କା ବାକ୍ସ ଆଦି ଖୋଲିଥିଲେ। ଚୌକିଦାରଙ୍କ ଘରର ତାଲାବି ଭାଙ୍ଗି ଥିଲେ। ତେବେ କିଛି  ମିଳି ନଥିଲା। ତେବେ ଏହା ପରିସରରେ ଥିବା ଥିବା ଗୋଟିଏ ବାଇକକୁ ଚୋର ଦଳ ଲୁଟି  ନେଇଥିଲେ। ଭାରତ ଗ୍ୟାସରେ ଲାଗିଥିବା ସିସିଟିଭିରେ ଏହି ଚୋର ଦଳର ସମସ୍ତ କାଣ୍ଡ କାରନାମା ରେକର୍ଡ ହୋଇଯାଇଥିଲା। ଏହି ଦଳରେ ୨ଜଣ ଯୁବକ ଓ ଜଣେ ଯୁବତୀ ରହିଥିବା ଦେଖିବାକୁ ମିଳିଥିଲା।

ଏ ନେଇ ଭାରତ ଗ୍ୟାସ୍ ଏଜେନସୀର ପରିଚାଳକ ଧିରେନ୍ ମୋହନ ପଟ୍ଟନାୟକ ଥାନାରେ ଏତଲା ଦେବା ପରେ ଆଜି ପୁଲିସ ଭାରତ ଗ୍ୟାସ୍ ଏଜେନସୀକୁ ଆସି ସବୁ ଯାଂଚ କରିଥିଲେ। ସିସିଟିଭି ଫୁଟେଜ୍ ବି ନେଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଗତ ୩ମାସ ତଳେ ବି ଜଣେ ଯୁବତୀ ସହରର ଏକ ଆଫାର୍ଟମେଣ୍ଟ ମଧ୍ୟକୁ ଯାଇ ସ୍କୁଟି ଚୋରି କରିବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ। ପୁଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

 

The post ପୁଣି ମାତିଲେ ଚୋର ଦଳ; ଭାରତ ଗ୍ୟାସରୁ ବାଇକ ଲୁଟିଲେ first appeared on Sambad.

from ଜିଲ୍ଲା | Sambad https://ift.tt/2SXWjjz