
ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହଦଗଡ଼ ସାଳନ୍ଦୀ ଡ୍ୟାମ୍ରେ ବୁଡି ଜଣେ ଡାକ୍ତରୀ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ ହାଟଡିହି ବ୍ଲକ୍ ମରୈଗାଁ ପଞ୍ଚାୟତ ବନ୍ତଳା ଗ୍ରାମର ସୁରେନ୍ଦ୍ର କୁମାର ଜେନାଙ୍କ ପୁଅ ସ୍ମାରକ କୁମାର ଜେନା (ବାପି)। ଗତକାଲିଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଥିଲେ ମଧ୍ୟ ବାପିଙ୍କ କୌଣସି ସନ୍ଧାନ ମିଳିନାହିଁ।
ପ୍ରାପ୍ତ ସୂଚନା ଅନୁସାରେ, ବାପି ଭୁବନେଶ୍ୱରସ୍ଥିତ ଡ. ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ଥିଲେ। ସେ ଗତକାଲି ଅପରାହ୍ଣରେ ହଦଗଡ଼ ବୁଲିବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଲୋକେ ତାଙ୍କ ବାଇକ୍ ଡ୍ୟାମ୍ ଉପରେ ଥିବା ଦେଖି ପରିବାର ଲୋକଙ୍କୁୁ ଫୋନ୍ କରି ଜଣାଇଥିଲେ। ପରିବାର ଲୋକେ ପହଞ୍ଚି ଖୋଜାଖୋଜି କରିଥିଲେ। ଡ୍ୟାମ୍ ପାଣିରେ ବାପିଙ୍କ ଚପଲ ଭାସୁଥିବା ଦେଖି ସେ ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ। ଏନେଇ ହାଟଡିହି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଗତକାଲି ରାତି ଓ ଆଜି ଦିନତମାମ ବୋଟ୍ରେ ଡ୍ୟାମ୍ ଭିତରେ ଖୋଜାଖୋଜି କରୁଥିଲେ ମଧ୍ୟ ବାପିଙ୍କ ସନ୍ଧାନ ମିଳିନାହିଁ।
The post ହଦଗଡ଼ ଡ୍ୟାମ୍ରେ ବୁଡ଼ି ଡାକ୍ତରୀ ଛାତ୍ର ନିଖୋଜ first appeared on Sambad.from ଜିଲ୍ଲା | Sambad https://ift.tt/3zyOjFR
0 Comments