
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ୨୬ ତାରିଖରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ୧୦ମ ଶେଣୀରେ ପ୍ରତ୍ୟକ୍ଷ ପାଠ ପଢ଼ା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ଶିକ୍ଷାବିଭାଗର ଅଧିକାରୀମାନେ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି। ଆଜି ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ନିର୍ଦେଶକ୍ରମେ ଆଜି ବାଙ୍ଗୁରୁ ଶିକ୍ଷାକେନ୍ଦ୍ରର ପ୍ରଧାନଶିକ୍ଷକ ଗୌରହରି ମିଶ୍ର, ସିଆରସିସି ଯୁଧିଷ୍ଠୀର ସାହୁ ତିନିଟି ସ୍କୁଲ ଯଥାକ୍ରମେ- ଜଙ୍କିଆର ଭଗବତ ଦେବ ବିଦ୍ୟାପୀଠ, ଗୋଳବାଇର ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଓରବରସିଂହର ଆଂଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।
ବିଦ୍ୟାଳୟ ଖୋଲିବା ନେଇ ବିଇଓ ଜାରି କରିଥିବା ୧୦ଟି ମାର୍ଗଦର୍ଶିକା ଓ ଡିଇଓ ଜାରି କରିଥିବା ୧୨ଟି ମାର୍ଗଦର୍ଶିକାକୁ ନେଇ ବିଦ୍ୟାଳୟର ସ୍ଥିତି ଯାଂଚ କରିଥିଲେ। ବିଦ୍ୟାଳୟରେ ଶିକ୍ଷାସୂଚୀ, ପରିମଳ ବ୍ୟବସ୍ଥା, ବାଧ୍ୟତାମୂଳକ ମାସ୍କ ଓ ସାନିଟାଇଜେସନ, ଥର୍ମାଲ୍ ସ୍କାନିଂ, ଦୂରତା ରକ୍ଷା ଆଦି ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ କେତେକ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ସହ ଓ ସେମାନଙ୍କ ପିତାମାତାଙ୍କ ସହ ସ୍କୁଲ ଖୋଲିବା, ଶିକ୍ଷାଦାନ ଓ କରୋନା କଟକଣା ମାନିବା ଆଦି ନେଇ ପରାମର୍ଶ ଦେଇଥିଲେ।
The post ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ସ୍ଥିତି ଯାଂଚ ଓ ଛାତ୍ର-ଅଭିଭାବକଙ୍କ ସହ ଆଲୋଚନା first appeared on Sambad.from ଜିଲ୍ଲା | Sambad https://ift.tt/3BwUQT7
0 Comments