ବୀରମହାରାଜପୁର : ବୀରମହାରାଜପୁର ଥାନା ହରିହର ଯୋର୍ ଫାଣ୍ଡି ସୁରୁଧାପାଲି ଗ୍ରାମରେ ଗତ ୨୩ ତାରିଖ ଦିନ ଚେକ୍‌ଡ୍ୟାମ୍‌ରେ ମାଛଧରାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୁଲିସ ଜଣକୁ ଗିରଫ କରିଛି।

ସୂଚନା ଅନୁସାରେ, ସୁରୁଧାପାଲି ଗ୍ରାମର ସୁରେଶ ମିଞ୍ଜ ଚେକ୍‌ଡ୍ୟାମ୍‌ରେ ମାଛ ଧରୁଥିବା ବେଳେ ବ୍ରାହ୍ମଣୀପାଲି ଗ୍ରାମର ପ୍ରହଲ୍ଲାଦ କମ୍ପ ମାଛ ଧରାକୁ ବାରଣ କରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏ ନେଇ ସୁରେଶ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ସୁରେଶଙ୍କ ଅଭିଯୋଗକୁ ଭିତ୍ତିକରି ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ କରି ଏସ୍‌ଡିପିଓ ଡୋଳାମଣି ଭୋଇ ନିଜେ ତଦନ୍ତ କରି ରବିବାର ରାତି ୧୦ଟାରେ ବ୍ରାହ୍ମଣୀପାଲିରୁ ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ଗିରଫ କରିଥିଲେ। ଏଥି ସହ ବେଆଇନ ଭାବରେ ରଖିଥିବା ଏକ ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି। ସୋମବାର ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ସୋନପୁର ଜିଲ୍ଲାଜଜ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର କରିଦେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

The post ମାଛ ଧରାକୁ କେନ୍ଦ୍ର କରି ଗଣ୍ଡଗୋଳ, ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3zFv8du