
ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗାଁର ଡୁମେନ ମାଝୀ (୬୦) ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା କିଛି ଜଣାପଡ଼ି ନାହିଁ। ପୁଲିସ ଶବ ଜବତ କରି ତନାଘନା ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨ ତାରିଖ ଦିନ ଗାଁର ଅଳ୍ପ ଦୂରରେ ଥିବା ଜଙ୍ଗଲକୁ ଡୁମେନ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ବିଷୟରେ ମୃତ ଡୁମେନଙ୍କ ଭାଇ ଲକ୍ଷ୍ମଣ ମାଝୀ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମ ନିକଟ ପିପଲ ଭଟ୍ଟା ପଡ଼ିଆରେ ମୃତଦେହ ପଡ଼ିରହିଥିଲା। ଶନିବାର ଥୁଆମୂଳ ରାମପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଭବାନୀପାଟଣା ସଦର ଏସ୍ଡିପିଓ ରମେଶ ଚନ୍ଦ୍ର ସେଠୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
The post କଳାହାଣ୍ଡି: ବୃଦ୍ଧଙ୍କୁ ହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3hz45sF
0 Comments