
ବରଗଡ଼ : ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ବିଗାଡ଼ି ଦେଇଛି। ଜୁନ୍ ପ୍ରଥମାର୍ଦ୍ଧରେ ଭଲ ବର୍ଷା ହୋଇଥିଲା। ଖରିଫ ଚାଷ ସଅଳ ଆରମ୍ଭ ହେବ ବୋଲି ଭରସା ଥିଲା। କିନ୍ତୁ ଟାଣ ଖରା ଏବଂ ବର୍ଷା ଅଦୃଶ୍ୟ ହେବା କାରଣରୁ ସ୍ଥିତି ମୁସ୍କିଲ ହୋଇ ପଡ଼ିଛି। ଅଣଜଳସେଚିତ ଇଲାକାରେ ଜମି ଫାଟିବା ଆରମ୍ଭ କଲାଣି। ଏବେ ଯାଏ ଜିଲ୍ଲାରେ ୨୦ ପ୍ରତିଶତ ଜମିରେ ରୁଆ ସରିଥିବା ଜଣାପଡ଼ିଛି। ଗତବର୍ଷ ଜୁନ୍ରେ ଜିଲ୍ଲାରେ ହାରାହାରି ବୃଷ୍ଟିପାତ ଥିଲା ୨୯୩.୪ ମିମି। କିନ୍ତୁ ଏଥର ମାତ୍ର ୨୦୯.୦୫ ମିମି ବର୍ଷା ହୋଇଛି। ଜିଲ୍ଲାରେ ଜୁନ୍ ମାସରେ ସ୍ବାଭାବିକ ବୃଷ୍ଟିପାତ ହାରାହାରି ୨୦୫.୬ ମିମି। ସ୍ବାଭାବିକଠାରୁ ସାମାନ୍ୟ ବେଶି ବର୍ଷା ହୋଇଥିଲେ ହେଁ ଜୁନ୍ ଦ୍ବିତୀୟାର୍ଦ୍ଧରେ ବର୍ଷା ଗାଏବ୍ ହେବା ଚିନ୍ତାର କାରଣ ପାଲଟିିଛି। ବିଶେଷକରି ବରପାଲି, ଭେଡ଼େନ, ଗାଇସିଲାଟ୍, ଝାରବନ୍ଧ, ପଦମପୁର, ପାଇକମାଳ, ସୋହେଲା ବ୍ଲକ୍ରେ ହାରାହାରି ଠାରୁ କମ୍ ବର୍ଷା ହୋଇଛି।
ଅନ୍ୟପକ୍ଷରେ ରବି ଧାନ ବିକ୍ରି ହୋଇନଥିବାରୁ ଚାଷୀ ବିଲକୁ ପାଦ ଦେଇନାହିଁ। ଛୋଟ ଚାଷୀଙ୍କ ଧାନ ବିକ୍ରି ହୋଇନଥିବାରୁ ସେମାନଙ୍କ ପାଖରେ ପୁଞ୍ଜି ନାହିଁ। ଅଧିକାଂଶ ଚାଷୀ ଧାର ଉଧାର କରି ରବି ଚାଷ କରିଥିଲେ। ଧାନ ବିକିି ଯେଉଁ ପାଉଣା ମିଳିବ, ସେଥିରେ ଋଣ ଶୁଝି ବଳକା ଟଙ୍କା ଖରିଫ ଚାଷରେ ବିନିଯୋଗ କରିବ ବୋଲି ଚାଷୀର ଆଶା ଥିଲା। କିନ୍ତୁ ଏବେ ବଳକା ଧାନ କମ୍ ଦରରେ ବିକୁ ଥିବାରୁ ଚାଷୀ ନିଜର ଋଣ ଟଙ୍କା ପରିଶୋଧ କରିବା ଆଶଂକାରେ ରହିଛି। ଚାଷୀ ଉଭୟ ଆର୍ଥିକ ଏବଂ ମାନସିକ ଚିନ୍ତାରେ ଘାରି ହୋଇଥିବାରୁ ଖରିଫ ଚାଷ ଠିକଣା ବାଟରେ ଆଗେଇ ନାହିଁ।
The post ସ୍ଥିତି ବିଗାଡ଼ୁଛି ନିଅଣ୍ଟିଆ ବର୍ଷା first appeared on Sambad.ବ୍ଲକ୍ ମୋଟ୍ ବୃଷ୍ଟିପାତ
ଅମ୍ବାଭୋନା ୩୦୮.୮୦
ଅତାବିରା ୩୧୭.୨୦
ବରଗଡ଼ ୨୬୯.୦୦
ବରପାଲି ୧୯୩.୦୦
ଭଟଲି ୨୭୬.୦୦
ଭେଡ଼େନ ୧୫୯.୬୦
ବିଜେପୁର ୨୨୦.୦୦
ଗାଇସିଲାଟ୍ ୧୪୪.୨୦
ଝାରବନ୍ଧ ୧୩୭.୦୦
ପଦ୍ମପୁର ୧୫୧.୮୦
ପାଇକମାଳ ୧୭୨.୦୦
ସୋହେଲା ୧୬୦.୦୦
…………………………
ହାରାହାରି ୨୦୯.୦୫
from ଜିଲ୍ଲା | Sambad https://ift.tt/3dGTbAa
0 Comments