
ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡକ୍ରସର ଆବାହକ ଡ.ରଂଜନ କୁମାର ସ୍ବାଇଁ ରେଡକ୍ରସରେ ରହି ନିଜର ସମାଜସେବା କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ସମ୍ମାନ ପତ୍ର ପ୍ରାପ୍ତି ଲାଗି ଗତ ଅକ୍ଟୋବର ୧୫ରେ ମନୋନୀତ ହୋଇଥିଲେ।
ସେହି ସମ୍ମାନ ପତ୍ର ଆଜି ମାଲକାନଗିରି ଜିଲ୍ଲାପାଳ ତଥା ଯୁବ ରେଡକ୍ରସ ସଂସ୍ଥାର ଅଧ୍ୟକ୍ଷ ବିଶାଲ ସିଂ ପ୍ରଦାନ କରିଛନ୍ତି।ଏହି ସମ୍ମାନ ପ୍ରାପ୍ତିରେ ଡ.ରଂଜନ କୁମାର ସ୍ବାଇଁ ମାଲାକନଗିରି ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଗୌରବ ଆଣିଥିବାରୁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହିତ ରେଡକ୍ରସର କାର୍ଯ୍ୟକୁ ଆହୁରି ଆଗେଇ ନେବାକୁ ଆହ୍ବାନ କରିଥିଲେ।
ଏହି ପ୍ରାପ୍ତି ପାଇଁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ପ୍ରମୁଖ ତାଙ୍କୁ ପ୍ରଶଂସା କରିଛନ୍ତି।ଶ୍ରୀ ସ୍ବାଇଁ ଜିଲ୍ଲାରେ କେବଳ ରେଡକ୍ରସ ନୁହେଁ ବରଂ ସମସ୍ତ ସମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହୋଇପାରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ସିଟିଏମ ସୁଗୁଣା,ଡ.ଅଜୟ କୁମାର ତ୍ରିପାଠୀ,ଡ.କଳ୍ପନା ଦାସ,ଡ.ଆଶିଷ ରାଠୋର,ଉମେଶ ଚନ୍ଦ୍ର ରାଉ,ଗୌତମ ନାୟକ ପ୍ରମୁଖ ସାଧୁବାଦ ଜଣାଇବା ସହ ତାଙ୍କର ଏଭଳି କାମକୁ ଉଚ୍ଚ ପ୍ରଶଂସା କରିଛନ୍ତି।
The post ଅଧ୍ୟାପକଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3xFRIln
0 Comments