କବାଟବନ୍ଧ : ଜେନାପୁର ଥାନା ଅନ୍ତର୍ଗତ ରେଖିଦେଈପୁର ଗ୍ରାମର କାଳନ୍ଦୀ ରାଉତଙ୍କ ପୁଅ ରାକେଶ(୧୯) ଆଜି ରାତି ପ୍ରାୟ ୯ଟା ବେଳେ ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି। ରାକେଶ ତାଙ୍କର ଦୁଇ ସାଙ୍ଗଙ୍କ ସହ ବିଳମ୍ବିତ ରାତିରେ ନୂଆସାହି ବନ୍ଧ ନିକଟ ନଦୀ ଭିତରକୁ ଶୌଚ ହେବାକୁ ଯାଇଥିଲେ। ହେଲେ ସେ ହଠାତ୍‌ ନଦୀରେ ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଯୁବକ ସୂଚନା ଦେବା ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାକେଶଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ରାକେଶ ଧର୍ମଶାଳାର ଏକ ଘରୋଇ କଲେଜରେ ଯୁକ୍ତ୩ରେ ପଢ଼ୁଥିଲେ। ଜେନାପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

The post ନଦୀରେ ବୁଡ଼ି ଯୁବକ ନିଖୋଜ first appeared on Sambad.

from ଜିଲ୍ଲା | Sambad https://ift.tt/36zQ5d4