
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସରସରାସ୍ଥିତି ଲୋକ କଳା ବିକାଶ କେନ୍ଦ୍ର (ଏଲ୍କେବିକେ) ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାଇଛି। ବେଙ୍ଗାଲୁରୁର ୟୁନାଇଟେଡ ୱେ ନାମକ ସଂସ୍ଥାର ସହାୟତାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ୩୦ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର ପ୍ରଦାନ କରିଛି। ଏଲ୍କେବିକେର ସଂପାଦିକା ପୁଷ୍ପିତା ପ୍ରଧାନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉପସ୍ଥିତିରେ ସିଡିଏମ୍ଓ ଡା. ଅଭୟ ଦାଶଙ୍କୁ ହସ୍ତାନ୍ତର କରିଛନ୍ତି।
କାର୍ଯ୍ୟକ୍ରମରେ ଡିପିଏମ୍ ରୂପକ ମହାପାତ୍ର ଓ ସିଡବ୍ଲୁସି ସଦସ୍ୟ ସୀତାକାନ୍ତ ସାହୁ ଉପସ୍ଥିତ ଥିଲେ। ଏଲ୍କେବିକେର ସୁପ୍ରିୟା ଦେହୁରୀ, ପ୍ରତାପ ମେହେର, ବାଞ୍ଛାନିଧି ବିଶି, ସ୍ବେଚ୍ଛାସେବୀ ପିଣ୍ଟୁ ମେହେର, ତୋଫାନ ପରିଡ଼ା, ରାମଚନ୍ଦ୍ର ସେଠୀ ଓ ଦେବାର୍ଚ୍ଚନ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତୃତୀୟ ଲହରର ମୁକାବିଲା ପାଇଁ ଅନୁଷ୍ଠାନ ପ୍ରସ୍ତୁତ ଥିବା ସହ ଆଗାମୀ ଦିନରେ ଅକ୍ସିମିଟର ଓ ଏନ୍-୯୫ ମାସ୍କ ପ୍ରଦାନ କରାଯିବା ଯୋଜନା ରହିଥିବା ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି।
The post ୩୦ ଅକ୍ସିଜେନ କନ୍ସେଣ୍ଟ୍ରେଟର ପ୍ରଦାନ କଲା ଏଲ୍କେବିକେ first appeared on Sambad.from ଜିଲ୍ଲା | Sambad https://ift.tt/3BZWqgn
0 Comments