ଜୟପୁର: ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗି ରହିଥିବାରୁ ବିଜେଡି ଜୟପୁର ପକ୍ଷରୁ ସାନକାଉଡ଼ିରେ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ୧୧୪ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ୮୦ୟୁନିଟ୍ ଜୟପୁର ରକ୍ତଭଣ୍ଡାର ଓ ୩୪ୟୁନିଟ୍ କୋରାପୁଟ ରକ୍ତଭଣ୍ଡାର ସଂଗ୍ରହ କରିଥିଲେ। ଏଥିରେ ଅତିଥି ଭାବେ ଜିଲ୍ଲା ସଭାପତି ଇଂ.ଇଶ୍ବର ପାଣିଗ୍ରାହୀ, ଜୀବନବିନ୍ଦୁର ଜିଲ୍ଲା ଆବାହକ ପ୍ରପୁଲ୍ଲ ପାଙ୍ଗୀ, ବରିଷ୍ଠ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ ଶିବିରକୁ ଉଦଘାଟନ କରିଥିଲେ।

ଏଥିରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ପାତ୍ର, ବରିଷ୍ଠ ନେତା ଅନୁପ ପାତ୍ର, ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ବାଲା ରାୟ, ପୂର୍ବତନ ବ୍ଲକ ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନେତା ସୁଧିର ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ଇଶ୍ବର ବାଘ, ରାଜେନ୍ଦ୍ର ରଥ, ରାମନାଥ ପାଣିଗ୍ରାହୀ, ଟୁନା ମାଝୀ, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ବୈକୁଣ୍ଠ ମଣ୍ଡଳ, ସରପଂଚ ଲିଲୀ ପାଙ୍ଗୀ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ସହ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯାଇଥିଲା। ଶିବିରକୁ ବରିଷ୍ଠ ବିଜେଡି ନେତ୍ରୀ ଡ.ନନ୍ଦ ପରିଚାଳନା କରିଥିବା ବେଳେ ତାଙ୍କୁ ବ୍ଲକ ସଭାପତି ବିନୋଦ ପାତ୍ର,ବ୍ଲକ ଉପାଧ୍ୟକ୍ଷ ଇଶ୍ବର ବାଘ, ଯୁବ ବିଜେଡିର ସଂପାଦକ ବାପି ପରିଡ଼ା, ବିରେନ୍ଦ୍ର ସାଗର, ରାଜା ପାଢ଼ୀ, ରବି ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।

The post ସାନକାଉଡ଼ିରେ ଜୀବନବିନ୍ଦୁ ରକ୍ତ ଦାନ କାର୍ଯ୍ୟକ୍ରମ: ୧୧୪ୟୁନିଟ୍ ରକ୍ତ ସଂଗ୍ରହ first appeared on Sambad.

from ଜିଲ୍ଲା | Sambad https://ift.tt/36c34S7