ସମ୍ବଲପୁର : ପୁଣିଥରେ ବୁର୍ଲା ଭିମ୍‌ସାର୍‌ରେ ରୋଗୀଙ୍କୁ ଅଭିନବ ଉପାୟରେ ଲୁଟ୍‌ ହେଉଥିବାର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ବୁର୍ଲା ଭୀମସାର ଜରୁରୀକାଳୀନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ମନ ଇଚ୍ଛା ୧୦୦ରୁ ୨୦୦ ଟଙ୍କା ଆଦାୟ କରାଯାଉଛି। ରୋଗୀସେବା ସମ୍ପୂର୍ଣ୍ଣ ଭାବେ ମାଗଣା ହୋଇଥିବା ବେଳେ ଡାକ୍ତରଙ୍କ ନାମରେ ଏହି ଟଙ୍କା ଆଦାୟ କରାଯାଉଛି। ଭିମ୍‌ସାର୍‌ର ଷ୍ଟାମ୍ପ ଥିବା କିଛି ରସିଦର ଫୋଟୋ ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଭିମ୍‌ସାରର ଜରୁରୀକାଳୀନ ବିଭାଗର କିଛି କର୍ମଚାରୀ ରୋଗୀ ପରିଜନଙ୍କୁ ଏକ ସାଦା କାଗଜରେ ଭିମସାରର ସିଲ୍‌ ମାରି ରୋଗୀଙ୍କ ନାମ ଲେଖି ୧୦୦ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି। ଏହି ସାଦା କାଗଜକୁ ଗେଟ୍‌ପାସ୍‌ ବୋଲି କହି ରୋଗୀ ପରିଜନଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିଛନ୍ତି। ତେବେ ଏହା ବେଆଇନ ହୋଇଥିବା ବେଳେ ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଛି ତାହା ଜଣାପଡ଼ିନାହିଁ। ଗୋଟାଏ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀସେବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ କିଛି ଦୁର୍ବୃତ୍ତ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି। ସେମାନଙ୍କ ଉପର କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି ହୋଇଛି।

The post ପୁଣି ଚର୍ଚ୍ଚାରେ ଭିମ୍‌ସାର୍‌: ସାଦା କାଗଜକୁ ଗେଟ୍‌ପାସ୍‌ କହି ନିଆଯାଉଛି ଟଙ୍କା! first appeared on Sambad.

from ଜିଲ୍ଲା | Sambad https://ift.tt/3AC10kD