
ରାଉରକେଲା: ରାଉରକେଲା ତାଲୁକ୍ ସେବା ତରଫରୁ ଆଜି ବିରଜାପାଲି ସ୍ଥିତ ନୂଆ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀପକ କୁମାର ପୌରହିତ୍ୟ କରିଥିଲେ। ମୋଟ ୮୭ ବିଭିନ୍ନ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦରେ ମୋଟ ୩ କୋଟି ୩୦ ଲକ୍ଷ ୫୯ ହଜାର ଟଙ୍କା ଆଦାୟ କରାଯାଇଛି। ୪୭ଟି ମୋଟର ଦୁର୍ଘଟଣାଜନିତ ମୃ୍ତ୍ୟୁ ଓ ଆହତ ମାମଲାର ଫଇସଲା କରି ୨ କୋଟି ୭୨ ଲକ୍ଷ ୫ ହଜାର ଟଙ୍କା ଦେବାକୁ ବୀମା କମ୍ପାନିଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ।
୧୪ଟି ଚେକ୍ ବାଉନ୍ସ ମାମଲାର ଫଇସଲା କରି ୪୪ ଲକ୍ଷ ୭୫ ହଜାର ୫୧୭ ଟଙ୍କା ଆଦାୟ ହୋଇଥିଲା। ୩ଟି ଦେୱାନି ମାମଲାର ଫଇସଲା କରାଯାଇ ଏ ବାବଦରେ ୧୩ ଲକ୍ଷ ୭୮ ହଜାର ୫୫୨ ଟଙ୍କା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ସେମିତି ପରିବାର ଅଦାଲତ ପକ୍ଷରୁ ୪ଟି ବୈବାହିକ ମାମଲା ଫଇସଲା କରାଯାଇଛି। ୧୮ଟି ଫୌଜଦାରୀ ମାମଲା ମଧ୍ୟ ଫଇସଲା ହୋଇଛି।
ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀପକ କୁମାର, ଦ୍ବିତୀୟ ଅତିରିକ୍ତ ଜିଲ୍ଲାଜଜ୍ ସଦାଶିବ ଜେନା, ପରିବାର ଅଦାଲତ ଜଜ୍ ଧନୁର୍ଧର ସେନାପତି, ଏସସିଏମ୍ ପି.କେ. ବେହେରା, ସିନିୟର ସିଭିଲଜଜ୍ ନରୋତ୍ତମ ସେଠୀ, ଏସ୍ଡିଜେଏଢ଼୍ ଆର.କେ. ପ୍ରଧାନ, ସିଭିଲଜଜ୍ ଆର.କେ. ପଣ୍ଡା, ଜେଏମ୍ଏଫ୍ସି (ରୁରାଲ)ଏସ୍ଏସ୍ ସେନାପତି, ଜେଏମ୍ଏଫ୍ସି ବି. ପ୍ରଧାନ, ଏସ୍. ଶର୍ମା, ଏସ୍ଏସ୍. ପ୍ରଧାନ, ୟୁ. ବେହେରା ପ୍ରମୁଖ ମାମଲା ଫଇସଲା କରିଥିଲେ। ରାଉରକେଲା ଓକିଲ ସଂଘର ସଭାପତି ରମେଶ ବଳ, ସାଧାରଣ ସମ୍ପାଦକ ଅକ୍ଷୟ ସାହୁ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ବି.ଏନ୍. ପାଢ଼ିହାରୀ, ଏସ.କେ. ମହାପାତ୍ର, ଏସ୍. ବାରିକ୍, ସଦାନନ୍ଦ ସାହୁ, ଏସ୍.କେ. ମହାପାତ୍ର, ଏବି. ଷଡଙ୍ଗୀ, ଏନ୍କେ ସ୍ବାଇଁ ଙ୍କ ସହିତ ବୀମା କମ୍ପାନୀ ଓକିଲ ଅମୂଲ୍ୟ ମହାପାତ୍ର, ବିଚିତ୍ରାନନ୍ଦ ପଢ଼ିହାରୀ, ନିର୍ମଳ ସ୍ବାଇଁ ପ୍ରମୁଖ ମାମଲା ପରିଚାଳନରେ ସହାୟତା କରିଥିଲେ।
The post ଜାତୀୟ ଲୋକ ଅଦାଲତ : ୮୭ ମାମଲା ଫଇସଲା, ୩ କୋଟି ୩୦ ଲକ୍ଷ କ୍ଷତିପୂରଣ ଆଦାୟ first appeared on Sambad.from ଜିଲ୍ଲା | Sambad https://ift.tt/3r2PRF5
0 Comments