ବଲାଙ୍ଗୀର : ଏସ୍‌ୟୁସିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଦାବି ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୁପ୍ରିମକୋର୍ଟର ରାୟ ଅନୁସାରେ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇବା, ବାହାର ଦେଶକୁ ଦାଦନ ଖଟି ଯାଉଥିବା ଲୋକଙ୍କୁ ପଞ୍ଜୀକରଣ କରି କରୋନାର ଏହି ପ୍ରକୋପରେ ତାଙ୍କୁ ଖାଦ୍ୟ ଯୋଗାଇ ଦେବା ସହ ଆର୍ଥିକ ସହାୟତା ଦେବା ଦାବି କରାଯାଇଛି।

ଏସ୍‌ୟୁସିଆଇର କର୍ମକର୍ତ୍ତାମାନେ ସୁନୀଲ ଭୋଇ, ବିକାଶ ଜେନା, ରାଜେନ୍ଦ୍ର ରଣା, ମଧୁସୂଦନ ବାଗ, ଚନ୍ଦ୍ରକ୍ରାନ୍ତି ସାହୁ, ତାପସ ବେହେରା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

The post ଏସ୍‌ୟୁସିଆଇର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/36VhIO0