
ଘଣ୍ଟାପଡ଼ା : ବୀମା ଟଙ୍କା ପ୍ରଦାନ ଦାବିରେ ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ପେକ୍ସର ଚାଷୀମାନେ ତାତିଛନ୍ତି। ଉତ୍ୟକ୍ତ ଚାଷୀ ପେକ୍ସ କାର୍ଯ୍ୟାଳୟରେ ତାଲା ପକାଇବା ସହ କଣ୍ଟାମାଳ-ଖୁଣ୍ଟିଗୋରା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ପ୍ରକାଶ ଯେ, ଚାଷୀମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ ବୀମା ଟଙ୍କା ଦିଆଯାଉ ନାହିଁ। ଗତ ୧୬ ତାରିଖ ଦିନ କଣ୍ଟାମାଳ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହିସଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ୨୧ ତାରିଖ ଦିନ ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେବା ପରେ ଚାଷୀ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ଅତିବାହିତ ହେଲା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ। ଫଳରେ ଚାଷୀମାନେ ଗୁରୁବାର ରାସ୍ତା ଅବରୋଧ କରିଥିଲେ।
ଏକ ଘଣ୍ଟା ପରେ କଣ୍ଟାମାଳ ଥାନା ଓଆଇସି ଲିସାରାଣୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପରେ ଚାଷୀମାନେ କଣ୍ଟାମାଳ ପେକ୍ସ ଅଫିସକୁ ତାଲା ପକାଇ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ଲେଖା ହେବା ପର୍ଯନ୍ତ ସମିତିରେ ତାଲା ପଡ଼ିଥିବା ବେଳେ କୌଣସି ଅଧିକାରୀ ସମାଧାନ ପାଇଁ ଆସି ନଥିଲେ।
The post ବୀମା ଟଙ୍କା ଦାବିରେ ତାତିଲେ ଚାଷୀ; ପେକ୍ସରେ ତାଲା ଠୁଙ୍କିଲେ, ମୁଖ୍ୟ ରାସ୍ତା ଅବରୋଧ କଲେ first appeared on Sambad.from ଜିଲ୍ଲା | Sambad https://ift.tt/3ruVCeP
0 Comments