ବୌଦ୍ଧ : ଗୁରୁବାର ଥିଲା ଜାତୀୟ ଚିକିତ୍ସକ ଦିବସ। ନିଜ ନିଜ ମଧ୍ୟରେ ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ କରି କର୍ତ୍ତବ୍ୟରେ ଲାଗିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର। ଅଧିକାରୀମାନେ ଅଫିସ୍‌ କାମରେ ବ୍ୟସ୍ତ ଥିବା ବେଳେ ଡାକ୍ତରମାନେ ରୋଗୀ ସେବାରେ ମଗ୍ନ ଥିଲେ। ଏହି ସମୟରେ ହଠାତ୍‌ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନ୍‌ସି ଜ୍ୟୋତିରଞ୍ଜନ ନାୟକ, ଉପଜିଲ୍ଲାପାଳ ଅଶ୍ବିନୀ ମେହେର ଓ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆଙ୍କୁ ସାଙ୍ଗରେ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ।

ସମ୍ମୁଖରେ ଜିଲ୍ଲାପାଳ ଓ ପ୍ରାଶାସନିକ ଅଧିକାରୀଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ କାର୍ଯ୍ୟରତ ଡାକ୍ତର ଓ ଅଧିକାରୀ। ହେଲେ ଜିଲ୍ଲାପାଳ ସେମାନଙ୍କ କାର୍ଯ୍ୟ ତଦାରଖ କରିବାକୁ ଯାଇନଥିଲେ। ଜାତୀୟ ଚିକିତ୍ସକ ଦିବସରେ ଉତ୍ସାହିତ କରିବା ଓ ଶୁଭେଚ୍ଛା ବାର୍ତ୍ତା ଦେବା ପାଇଁ ଯାଇଥିଲେ। କୋଭିଡ ମୁକାବିଲାରେ ସେମାନେ ତ୍ୟାଗପୂର୍ଣ୍ଣ କର୍ତ୍ତବ୍ୟ ସଂପାଦନ କରିଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।

The post ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ first appeared on Sambad.

from ଜିଲ୍ଲା | Sambad https://ift.tt/2UPQlCa