କୋକସରା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବାନେର ନିକଟସ୍ଥ ରକ୍ତ ବୋଡ଼େନ ସଂରକ୍ଷିତ ଜଙ୍ଗଲରୁ ବୁଧବାର ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଙ୍ଗଲ ମଧ୍ୟରେ ଭଇଁରୀପାଲି ଗାଁର ବଲାରସେନ ନାଗ (୫୫ ବର୍ଷ) ମନରେଗା ଯୋଜନାରେ ସେଣ୍ଟ୍ରାଲ୍‌ ନର୍ସରିରେ ଶ୍ରମିକ ଭାବେ କାମ କରୁଥିଲେ। ସବୁଦିନ କାମକୁ ଯାଇ ସେ ସନ୍ଧ୍ୟାରେ ଫେରନ୍ତି। କିନ୍ତୁ ବୁଧବାର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ରାତିରେ ଜଙ୍ଗଲ ମଧ୍ୟରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜୟପାଟଣା ମେଡିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ।

ଜୟପାଟଣା ପୁଲିସ ସୂଚନା ପାଇ ମୃତଦେହ ଜବତ କରି ଗୁରୁବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ମୃତ ବଲାରସେନ୍‌ଙ୍କ ପୁଅ ତ୍ରିଲୋଚନ ଅଭିଯୋଗ କରିଛନ୍ତି, ଟଙ୍କା ପଇସା ନେଇ ବିବାଦ ଥିବାରୁ ବାପା କିଛି ମାସ କାମ କରୁନଥିଲେ। ଗତ ୩ ମାସ ହେଲା ପୁଣି କାମ କରିବାକୁ ଯାଉଥିଲେ। ଏଥିପାଇଁ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ଏତଲା ଦେଇଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ ରଶ୍ମିତା ପ୍ରଧାନ କହିଛନ୍ତି।

The post ଜଙ୍ଗଲରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପୁଅ first appeared on Sambad.

from ଜିଲ୍ଲା | Sambad https://ift.tt/36RomVH