ଆନନ୍ଦପୁର : କରୋନା ମହାମାରୀ ସମୟରେ ଲୋକାମ‌ାନେ ରୋଜଗାର ହରାଇଥିବାବେଳେ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ସରକାର ବିନା ବିଚାରରେ ବେଆଇନ୍ ଭାବେ ଲୋକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ଲଦି ଦେଇଛନ୍ତି। ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରତିବାଦ କରି ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁରଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ଆନନ୍ଦପୁର ବିଦ୍ୟୁତ୍ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର କରାଯିବା ସହିତ ଆନନ୍ଦପୁର ଉପଖଣ୍ଡରେ ୨୪ଘଣ୍ଟିଆ ବିଦ୍ୟୁତ୍ ସେବା, କୃଷିକ୍ଷେତ୍ର ପାଇଁ ବିଦ୍ୟୁତ୍ ଦେୟରେ ରଆତି, ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ବେଳେ ଜୁଲୁମ୍ ନକରିବା ଦାବି କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନିର୍ବାହୀଯନ୍ତ୍ରୀ ଚିତ୍ତରଂଜନ ମିସ୍ତ୍ରିଙ୍କୁ ପ୍ରଦାନ କରାଯାଇଥିଲା। ମଣ୍ଡଳ ସଭାପତି ରଞ୍ଜନ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାବନ ଚରଣ ଭୂୟାଁ, ଯୋଗେନ୍ଦ୍ର ଦାସ, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ବାରିକ୍, ବିଜୟ ଜେନା, କିଶୋର ପାତ୍ର, ସରୋଜ ପରିଡ଼ା, ଶ୍ରୀଧର ମହାନ୍ତ, ଦେବବ୍ରତ ସାହୁ, ଅଞ୍ଜନ କୁମାର ବେହେରା, ଗଙ୍ଗାଧର ନାୟକ, କରୁଣାକର ଜେନା, ଅଜିତ୍ ନାୟକ, ମହିଳାନେତ୍ରୀ ମଞ୍ଜୁଲତା ଦାସ, ରୁକ୍ମଣୀ ଜେନା, କବିତା ମଲ୍ଲିକ୍, କବିତା ଦାସ, ଦ୍ରୌପଦୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।

The post ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଘସିପୁରାରେ ବିଜେପିର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3yVVDuK