
ରାଉରକେଲା : କରୋନା ସଂକ୍ରମଣ ହ୍ରାସ ପରେ ହଟିଛି କଟକଣା। ପ୍ରଥମେ ଜିଲ୍ଲା ଭିତରେ, ଏବେ ବାହାର ଜିଲ୍ଲାକୁ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆଜିଠୁ ସ୍ମାର୍ଟସିଟି ରାଉରକେଲାରୁ ଭୁବନେଶ୍ବର, କଟକ, ଯାଜପୁର, ଅନୁଗୋଳକୁ ନାଇଟ୍ ସୁପର ବସ୍ ଗଡିଛି। ଦୈନନ୍ଦିନ ରାଉରକେଲାରୁ ରାଜ୍ୟର ପ୍ରମୁଖ ସହର ଓ ବିଭିନ୍ନ ଅଞ୍ଚଳକ ଯାତାୟତ କରୁଥିବା ୪୦ରୁ ଅଧିକ ବସ୍ରୁ ଆଜି ପ୍ରଥମ ଦିନରେ ମାତ୍ର ୪ ଖଣ୍ଡ ବସ୍ ଯାଇଛି। ରାଉରକେଲାରୁ ଭୁବନେଶ୍ବର ଦୁଇଟି, ରାଉରକେଲା-ଅନୁଗୋଳ ଗୋଟିଏ ରାଉରକେଲା ଭାୟା କେନ୍ଦୁଝର ଯାଜପୁରକୁ ଗୋଟିଏ ବସ୍ ଗଡିଛି। ପ୍ରତ୍ୟେକ ବସ୍ରେ ଯେତିକି ସିଟ୍ ରହିଛି, ସେତିକି ଯାତ୍ରୀ ଯାଇଛନ୍ତି।
ସେପଟେ ଦୀର୍ଘ ଦିନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବସ୍ ଚଳାଚଳ କରିଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେପଟେ ରାଉରକେଲାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ରାଉରକେଲାରୁ ଝାଡ଼ଖଣ୍ଡ, ଛତିଶଗଡ, ବିହାର ଆଦି ରାଜ୍ୟକୁ ଦୈନିକ ଯାତାୟତ କରୁଥିବା ୩୦ରୁ ଅଧିକ ବସ୍ ରାଉରକେଲା ନୂଆ ବସ୍ଷ୍ଟାଣ୍ଡରେ ଛିଡା ହୋଇଛି।
The post ହଟିଲା କଟକଣା: ଗଡିଲା ନାଇଟ୍ ଏକ୍ସପ୍ରେସ୍ ବସ୍ first appeared on Sambad.from ଜିଲ୍ଲା | Sambad https://ift.tt/3rdSlAi
0 Comments