
ପୁଇନ୍ତଲା : ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଙ୍ଗ ହ୍ୟୁମାନ ସଂଗଠନ ତାର ରକ୍ତଦାନ କାର୍ଯ୍ୟକ୍ରମ ଆମ ଓଡ଼ିଶା ସହ ମିଶି ଜାରି ରଖିଛି। ସେବାକୁ ଧର୍ମ କରି ନେଇଛନ୍ତି ସଂଗଠନର କର୍ମକର୍ତ୍ତା। ଯାହାକି ପ୍ରଶଂସନୀୟ ବୋଲି କାରଗିଲ ବିଜୟ ଦିବସରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯୋଗଦେଇ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ‘ସମ୍ବାଦ-ଆମଓଡ଼ିଶା’ ଆନୁକୂଲ୍ୟରେ ରକ୍ତଦାନ ଶିବିର ସାତମାଇଲଠାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ବିଙ୍ଗ ହ୍ୟୁମାନ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ଏସ୍ଡିପିଓ ତୋଫାନ ବାଗ ମୁଖ୍ୟ ଅତିଥି, ସଦର ଆଇଆଇସି ଶ୍ରୀମନ୍ତ ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ, ଶ୍ରମିକ କର୍ମଚାରୀ ସଂଘର ଅଧ୍ୟକ୍ଷ ଦୀପକ ନାୟକ, ଯୁବନେତା ନିହାର ରଂଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରକ୍ତଦାତା ସାଗର ବାଗ, ରଂଜିତ ସାଏ, ଅମରେଶ କ୍ଷେତି, ରିଙ୍କୁ ସାହୁ, ଲକ୍ଷ୍ମୀପ୍ରସାଦ କର୍ମୀ, ଆନନ୍ଦ ସାହୁ, ଅଶ୍ବିନୀ ପାତ୍ର, ସୁନିତ ମହାକୁର, ପ୍ରଶାନ୍ତ ରଣା, ଅଙ୍କିତ କର୍ମୀ, ଭୀମସେନ କାଲସାଏ, ଅକେଶ୍ବର ବାଗ, ଉମେଶ ଚନ୍ଦ୍ର ସାହୁ, ଘନଶ୍ୟାମ ବଗର୍ତ୍ତି, ପାଣ୍ଡବ କଲତା, ଯଶୋବନ୍ତ ଦୀପ, ଅରୁଣ ଷାଣ୍ଢ, ବରୁଣ ପଧାନ, ବେଣୁଧର ମହାକୁର, ମନୋଜ ଖମାରୀ, ସୁନୀଲ ପଧାନ, ହିମାଂଶୁ ପଧାନ, ପ୍ରେମାନନ୍ଦ ପଧାନ, ସୁରେନ୍ଦ୍ର ଦାସ, ପ୍ରଶାନ୍ତ ପାତ୍ର, ପୂରଣ ଭୋଇ, ନାରାୟଣ ଭୋଇ, ଅଟଳ ବିହାରୀ କର୍ମୀ, ସଂଗ୍ରାମ ପଧାନ, ସନ୍ନ୍ୟାସୀ ବାରିକ, ରୋଶନ ସୁନା, ଆକାଶ ସାହୁ, ଦିଲୀପ ଝାଙ୍କର, ମନୋଜ ହଂସପାଲ, ଶିଶୁପାଳ ସେଠ, ଦୀପକ ବାରିକ, ମିତ୍ରଭାନୁ ଧଳ, ପିୟୂଷ ମିତ୍ତଲ, ହିରାଜ ବନଛୋର, କିଶୋର ସାହୁ, ବିଦେଶୀ ବରିହା ପ୍ରମୁଖ ୪୧ ଜଣ ରକ୍ତଦାନ କରିଥିଲେ।
ପରେ ପୁଇନ୍ତଲା ବ୍ଲକ୍ ବିଙ୍ଗ ହ୍ୟୁମାନ ଉପଦେଷ୍ଟା ଭାବରେ ରାମ ପଧାନ, ଘନଶ୍ୟାମ ବଗର୍ତ୍ତି, ଅମରେଶ କ୍ଷେତି, ପ୍ରମୋଦ ବିଶି, ସୁଧୀର ଅମାତଙ୍କୁ ଦାୟିତ୍ବ ଦିଆଯାଇଥିଲା। ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକ ପଟେଲ, ବ୍ଲକ ଶାଖା ସଭାପତି ରୋଶନ ସୁନା, ଉପସଭାପତି ଆକାଶ ସାହୁ, ସଂପାଦକ ଶ୍ରୀପତି ପ୍ରଧାନ, ମନୋଜ ଖମାରୀ, ଆଗଲପୁର ସଭାପତି ପ୍ରେମାନନ୍ଦ ପଧାନ, ସଂପାଦକ ସଂଯୋଗ ସାହୁ, ଲୋଇସିଂହା ଶାଖାର ଉପଦେଷ୍ଟା ସରୋଜ ମହାକୁର, ସଦର ବ୍ଲକ୍ ସଭାପତି ବୀରେନ୍ଦ୍ର ସାହୁଙ୍କ ସହ ସଦସ୍ୟ ମାନେ ଓ ପୁଇନ୍ତଲା ‘ସମ୍ବାଦ’ ପ୍ରତିନିଧି ବାରଣ ଭୂୟାଁ ସହଯୋଗ କରିଥିଲେ। ରକ୍ତଭଣ୍ଡାରର ଡ. ଦୀପକ ସେନ, ନରେଶ ଚନ୍ଦ୍ର ମିଶ୍ର, ସୁଶୀଲ ସୁନା, ସେଖ୍ ଅସରଫଅଲ୍ଲୀ, ଅଶୋକ ଧଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
The post ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ଓ ‘ସମ୍ବାଦ- ଆମଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର first appeared on Sambad.from ଜିଲ୍ଲା | Sambad https://ift.tt/3zGAnJE
0 Comments