କର୍ଲାମୁଣ୍ଡା : କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡ଼ବରା ପଞ୍ଚାୟତ ସିଲେଟପଡ଼ାର ଗୋଚର ଜମିରେ କିଛି ବ୍ୟକ୍ତି ବେଆଇନ ଧାନ ଚାଷ କରିଥିଲେ। ଏହାକୁ ଗାଁର ଏସ୍‌ଏଚ୍‌ଜି ମହିଳାମାନେ ବିରୋଧ କରି ଉକ୍ତ ଜମିରେ ଗାଈ ଗୋରୁ ଚରେଇ ଚାଷକୁ ନଷ୍ଟ କରିଛନ୍ତି।

ଏହି ଗାଁରେ ଥିବା ୪୦ ଏକର ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଅକ୍ତିଆର କରି ଧାନ ଚାଷ କରୁଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତ କିଛିଦିନ ତଳେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀଙ୍କ ହସ୍ତକ୍ଷେପ ପରେ ରାଜସ୍ୱ ବିଭାଗ ପକ୍ଷରୁ ସିଲେଟପଡ଼ାର ଗୋଚର ଜମି ଚିହ୍ନଟ ହୋଇଥିଲା। ଗୋଚର ଜମି ଚିହ୍ନଟ ହେବାପରେ ବି ଜବରଦଖଲକାରୀମାନେ ଉକ୍ତ ଜମିକୁ ଛାଡ଼ିନଥିଲେ। ତେଣୁ ଗାଁର ୬ଟି ଏସ୍‌ଏଚ୍‌ଜି ଏକଜୁଟ୍‌ ହୋଇ ଚାଷ ହୋଇଥିବା ଜମିରେ ଗାଈଗୋରୁଙ୍କୁ ପୂରାଇ ଚାଷକୁ ନଷ୍ଟ କରିଛନ୍ତି।

The post ଚାଷ ହୋଇଥିବା ଗୋଚର ଜମିରେ ଗୋରୁ ଛାଡ଼ିଲା ଏସ୍‌ଏଚ୍‌ଜି first appeared on Sambad.

from ଜିଲ୍ଲା | Sambad https://ift.tt/3hxdKRW