
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ତହସିଲ ଏକ ଆଦିବାସୀ ଓ ଅନୁସୂଚିତବର୍ଗ ବହୁଳ ଅଞ୍ଚଳ। ଏଠାକାର ତହସିଲଦାର ଭାବେ ନିଯୁକ୍ତ ମୁନୀନ୍ଦ୍ର ହୋନ୍ନାଗା ସମାଜର ଏହି ନିମ୍ନବର୍ଗର ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଶିଳ୍ପଦ୍ୟୋଗଗୁଡ଼ିକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ସହିତ ଗରିବ ଜନସାଧାରଣଙ୍କୁ ସେ ହଇରାଣ କରୁଛନ୍ତି। ତହସିଲ ଅଞ୍ଚଳର ଶତାଧିକ ଲୋକେ ନିଜ ନିଜର ଜମିପଟ୍ଟା ଓ ରାଜସ୍ୱସେବା ସମ୍ପର୍କିତ ଅଭିଯୋଗ ନେଇ ତହସିଲଦାରଙ୍କ ପାଖକୁ ଗଲେ ଶ୍ରୀ ହୋନ୍ନାଗା ହତାଦର କରୁଥିବା ଅଭିଯୋଗ ହୋଇଛି।
ଗରିବ ଲୋକଙ୍କୁ ବସୁନ୍ଧରା ଯୋଜନାରେ ଘରଡ଼ିହ ଖଣ୍ଡିଏ ଦେବାରେ ତହସିଲଦାର ପାତରଅନ୍ତର କରୁଛନ୍ତି। ଏଭଳି ବିଭିନ୍ନ ଦାବିକୁ ନେଇ ତହସିଲଦାର ଶ୍ରୀ ହୋନ୍ନାଗାଙ୍କୁ ତୁରନ୍ତ ବଦଳି ପାଇଁ ଶୁକ୍ରବାର ଲାଞ୍ଜିଗଡ଼ ତହସିଲର ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକେ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କୁ ପ୍ରଦାନ କରିଛନ୍ତି। ତହସିଲଦାରଙ୍କୁ ତୁରନ୍ତ ବଦଳି କରାନଗଲେ ସ୍ଥାନୀୟ ଅଧିବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
The post ଲାଞ୍ଜିଗଡ଼ ତହସିଲଦାରଙ୍କ ବଦଳି ଦାବି ଜୋର ଧରିଲା, ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ବାସିନ୍ଦା first appeared on Sambad.from ଜିଲ୍ଲା | Sambad https://ift.tt/3fgnWg9
0 Comments