କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍‌ଟିଇଟି ୨୧)ର କାଟାଗୋରି-୧(ଏଜୁକେସନ ଟିଚର୍‌) ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୧୦ତାରିଖରେ ଏକ ସଂଶୋଧିତ ଗାଇଡଲାଇନ୍ ଜାରି କରାଯିବା ସହ ଆବେଦନ ସମୟ ସୀମାକୁ ଜୁଲାଇ ୧୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କାଟାଗୋରି-୧ରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କର ସ୍ନାତକ ଶ୍ରେଣୀରେ ଦୁଇଟି ବିଦ୍ୟାଳୟସ୍ତରୀୟ ବିଷୟ ରହିଥିବା ଆବଶ୍ୟକ। ଟିଜିଟି(ଆର୍ଟସ) ବର୍ଗର ପ୍ରାର୍ଥୀମାନେ ଇଂରାଜୀ, ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଭାରତୀୟ ଅର୍ଥନୀତି, ଭାରତୀୟ ଭୂଗୋଳ, ଭାରତୀୟ ରାଜନୀତି, ଲ୍ୟାଣ୍ଡମାର୍କସ ଇନ୍ ଇଣ୍ଡିୟାନ ହିଷ୍ଟ୍ରି ଆଦି ବିଷୟରୁ ଯେକୌଣସି ଦୁଇଟି ବିଷୟକୁ ସ୍ନାତକ ଶ୍ରେଣୀରେ ପଢ଼ିଥିବା ଆବଶ୍ୟକ। ସେହିପରି ଟିଜିଟି ବିଜ୍ଞାନ(ପିସିଏମ୍) ବର୍ଗର ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରୁ ଅନ୍ୟୁନ ଦୁଇଟି ବିଷୟକୁ ସ୍ନାତକ ଶ୍ରେଣୀରେ ପଢ଼ିଥି‌ବା ବିଧେୟ। ଅନ୍ୟପକ୍ଷ‌ରେ ଟିଜିଟି ବିଜ୍ଞାନ(ସିବିଜେଡ୍‌) ପ୍ରାର୍ଥୀମାନେ ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଜୈବ ବିଜ୍ଞାନ ବିଷୟରୁ ଅତି କମ୍‌ରେ ଦୁଇଟି ବିଷୟକୁ ସ୍ନାତକ ଶ୍ରେଣୀରେ ନିଜର ବିଷୟ ଭାବେ ଅଧ୍ୟୟନ କରିଥିବା ଆବଶ୍ୟକ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଓଏସ୍ଏସ୍‌ଟିଇଟି-୨୧ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ସମୟ ସୀମା ଜୁଲାଇ ୧୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

The post ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା: ଜାରି ହେଲା ସଂଶୋଧିତ ଗାଇଡ୍‌ଲାଇନ୍ first appeared on Sambad.

from ଜିଲ୍ଲା | Sambad https://ift.tt/3xLLKzq