ପାଟଣାଗଡ଼/ଲରମ୍ଭା : ପାଟଣାଗଡ଼ ବ୍ଲକ୍‌ ଇନ୍ଦପୁର ଗାଁରେ ରବିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏହି ଗାଁ କଲୋନିରେ ରହୁଥିବା ସୁଦାମ ବରିହାଙ୍କ ଘରକୁ ହାତୀ ଭାଙ୍ଗି ଦେଇ ଧାନ ଖାଇଥିବା ସୂଚନା ମିଳିଛି।

ଫରେଷ୍ଟର ଭଗବାନ ଦାସଙ୍କ କହିବା ଅନୁସାରେ, ରବିବାର ବିଳମ୍ବିତ ରାତିରେ କଲୋନିକୁ ଦୁଇଗୋଟି ହାତୀ ଆସିଥିଲେ। ହାତୀ ଦ୍ବୟ ସୁଦାମଙ୍କ ଘରର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ଏହା ସହିତ ସେଠାରେ ଥିବା ଦୁଇବସ୍ତା ଧାନ ଅନ୍ୟ ଖାଦ୍ୟଶସ୍ୟ ଖାଇ ଦେଇଥିଲେ। ପରେ ହାତୀମାନେ ଅନ୍ୟତ୍ର ଯାଉଥିବା ବେଳେ ସୋମବାର ସକାଳୁ ଗ୍ରାମ ତଥା ଆଖପାଖ ଗାଁର ଲୋକେ ଦେଖିଥିଲେ। ହାତୀ ଦ୍ବୟ ଏକ ପୋଖରୀରେ ଥିବା ଦେଖି ଲୋକେ ଚାରିପଟୁ ଘେରି ଯାଇଥିଲେ। ଘଟଣାସ୍ଥଳରେ ଫରେଷ୍ଟର ଭଗବାନ ଦାସଙ୍କ ସହିତ ବିଭାଗର ଶ୍ୟାମ ସାହୁ, ଉମା ଡୁଆଲ, ସୁନ୍ଦରରାମ ସାଏ, ବାବୁଲାଲ, ହରି ପ୍ରମୁଖ ବନ କର୍ମଚାରୀ ପହଞ୍ଚି ହାତୀ ଦ୍ବୟଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ସନ୍ଧ୍ୟାରେ ହାତୀ ଦ୍ବୟ କହ୍ନେଇଟାଲ ଗାଁ ପଟକୁ ଯିବା ବାଟରେ ଖୁରିପାଲି ଗାଁଠାରୁ ଅଢ଼େଇ କିମି ଦୂରରେ ଥିବା ଫରେଷ୍ଟର ସୂଚନା ଦେଇଛନ୍ତି। ଅପରପକ୍ଷରେ ଖବର ପାଇ ବିଧାୟକ ସରୋଜ ମେହେର ଇନ୍ଦପୁର ଅଞ୍ଚଳର ବିଜେଡି କର୍ମୀ ସରୋଜ ସାହୁଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ନିକଟକୁ ପଲିଥିନ ପଠାଇଥିଲେ।

The post ଇନ୍ଦପୁରରେ ଘର ଭାଙ୍ଗି ଧାନ ଖାଇଲେ ଦୁଇ ହାତୀ first appeared on Sambad.

from ଜିଲ୍ଲା | Sambad https://ift.tt/3jJuFC6