
ବୌଦ୍ଧ : କୁସଂସ୍କାର ଓ ଅନ୍ଧବିଶ୍ୱାସର କରୁଣ ପରିଣତି ବୌଦ୍ଧ ଜିଲ୍ଲା ସରସରା ପଂଚାୟତ ନାରାୟଣ ପୁର ଅଂଚଳରେ ଦେଖିବାକୁ ମିଳିଛି। ରୁକ୍ମିଣୀ ବେହେରା ଜଣେ ସ୍ୱାମୀ ପରିତ୍ୟକ୍ତ ମାନସିକ ଅନଗ୍ରସର ମହିଳା। ପରିବାର ଏବଂ ସମାଜରୁ ବିତାଡିତ ହେବା ପରେ ଦୀର୍ଘ ବର୍ଷ ହେବ ସ୍ଥାନୀୟ ସ୍ୱାଧାର ଗୃହରେ ରହି ଆସୁଥିଲେ। ବହୁ ଦିନ ଧରି ଅସୁସ୍ଥ ଥିବା ରୁକ୍ମିଣୀଙ୍କ ମଙ୍ଗଳବାର ସ୍ୱଧାର ଗୃହ ପରିସରରେ ମୃତ୍ୟ ହୋଇଥିଲା। ପରିବାର ଲୋକ ଜାତି ସମାଜ ଭୟରେ ଶବ ନେବାକୁ ଅମଙ୍ଗ ହେଲେ। ଶେଷରରେ ସ୍ୱଧାର ଗୃହ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ବୌଦ୍ଧ ସତ୍ୟସାଇ ସେବା ସଙ୍ଗଠନର ଜିଲ୍ଲା ସଭାପତି ଡା. ପ୍ରିୟଵ୍ରତ ବେହେରାଙ୍କ ନେତୃତ୍ୱରେ ସିଦ୍ଧାର୍ଥ ଶଙ୍କର ସାହୁ, ନାରାୟଣ ମହାରଣା, ଅଞ୍ଜନ ମହାରଣା, ଆକାଶ ମେହେର, କୈଳାସ ମେହେର, କେଶବ ବେହେରା ପ୍ରମୁଖ ସ୍ଥାନୀୟ ଶ୍ମଶାନରେ ଦାହ ସତ୍କାର କାର୍ଯ୍ୟ କରିଥିଲେ।
The post ଜାତିଭାଇ ଫେରାଇ ନେଲେ ମୁହଁ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ first appeared on Sambad.from ଜିଲ୍ଲା | Sambad https://ift.tt/3qURVyL
0 Comments