
ଚଣ୍ଡିଖୋଲ/ବଡ଼ଚଣା : ଗୋଟିଏ ମାସ ଭିତରେ ଦୁଇସାହିରେ ୬ ଜଣଙ୍କ ଜୀବନ ଗଲାଣି। ଗୋଟିଏ ଶୁଦ୍ଧିକ୍ରିୟା ନସରୁଣି ପୁଣି କାହାର ଜୀବନ ଚାଲିଯାଉଛି। ସାହିରେ ଲଗାତାର ଶୁଦ୍ଧିକର୍ମ ଚାଲିଛି। ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ଚଣା ଗାଁ ବଳସାହି ଓ ସାହୁସାହିରେ ଏଭଳି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଗ୍ରାମର ତ୍ରିଲୋଚନ ସାହୁ(୭୫)ଙ୍କର ମାସକ ତଳେ ଦେହାନ୍ତ ହୋଇଥିଲା। ପରେପରେ ଶତାୟୁ ବୃଦ୍ଧ ରାଧାନାଥ ବଳ (୧୦୧), ଅବସରପ୍ରାପ୍ତ ସରକାରୀ କର୍ମଚାରୀ କୃଷ୍ଣଚନ୍ଦ୍ର ବଳ(୮୨), କଳ୍ପନା ଧଳ(୫୪), ସମାଜସେବୀ କରୁଣାକର ବଳ(୮୨) ଓ ଶ୍ୟାମସୁନ୍ଦର ବଳ(୮୪)ଙ୍କର ମାସକ ମଧ୍ୟରେ ମୃତ୍ୟ ଘଟିଥିଲା। ସାହି ବାସିନ୍ଦା ସମାଜସେବୀ ମଧୁସୂଦନ ବଳ ଏହି ସୂଚନା ଦେବା ସହ ଏହାକୁ ନେଇ ଲୋକେ ଚିନ୍ତିତ ବୋଲି କହିଛନ୍ତି।
ମୃତ ବ୍ୟକ୍ତିମାନେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ ମଧ୍ୟ କଳ୍ପନା ଧଳଙ୍କ ସହିତ ପ୍ରାୟ ସମସ୍ତଙ୍କର ହୃଦ୍ଘାତରେ ପରଲୋକ ଘଟିଥିବା ଗ୍ରାମବାସୀ କହିଛନ୍ତି। ଏ ଅବସରରେ ସ୍ବର୍ଗତ ତ୍ରିଲୋଚନ ସାହୁ, କରୁଣାକର ବଳ ଓ ଶ୍ୟାମସୁନ୍ଦର ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।
The post ବଡ଼ଚଣାରେ ମାସକରେ ୬ ଜଣଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3xLYZ3j
0 Comments