ବଲାଙ୍ଗୀର : ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ଅବେହେଳା କରାଯାଇଥିବା ଅଭିଯୋଗ କରି ଗୁରୁବାର ଅନ୍ଦୋଳନକୁ ଓହ୍ଲାଇଥିଲା ପଶ୍ଚିମ ଓଡ଼ିଶା ଯୁବାମଂଚ। ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାକୁ ସାମିଲ କରାଯାଇ ନାହିଁ। ଚଳିତ ବର୍ଷର ଆବାସ ତାଲିକାରେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲା ସଂଖ୍ୟା ଶୂନ ଅଛି। କର୍ମକର୍ତ୍ତାମାନେ ସ୍ୱର ଉତ୍ତୋଳନ କରି କହିଛନ୍ତି, ଆମଠୁ ନେଇଛ ଖାଲି, ହେଲେ ଦେଇଛ କଣ। ଉତ୍ତର ଦିଅ ସରକାର ବୋଲି ନାରାବାଜି କରିଥିଲେ।

ଯୁବାମଞ୍ଚର କର୍ମକର୍ତ୍ତା ରମ୍ୟା ରଞ୍ଜନ ସାହୁ, ସୁରେଶ କମ୍ପ, ଥବିର କର୍ମୀ, ଲିଙ୍ଗରାଜ ସେଟ, କିଶୋର ଗୁରାଣ୍ଡି, ରିଙ୍କୁ ମହାକୁରଙ୍କ ନେତୃତ୍ୱରେ ଗୁରୁବାର ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା।‌ ସେଠାରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଛଅଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। କେବିକେ ଅଞ୍ଚଳ ପାଇଁ ୧୦ ଲକ୍ଷ ଆବାସ ଯୋଜନା ଘର ଦିଆଯାଉ ବୋଲି ଦାବି କରାଯିବା ସହ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଶୀଘ୍ର ଘର ପ୍ରଦାନ କରାଯାଉ ବୋଲି କୁହାଯାଇଛି।

The post ଆବାସ ଯୋଜନା ଘର ପାଇଁ ପଶ୍ଚିମ ଓଡ଼ିଶା ଯୁବାମଂଚର ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/3znaZJ1