
ବିଶୋଇ : ଶିମିଳିପାଳରୁ ୨ଟି ଦନ୍ତା ଓ ଗୋଟିଏ ମାଈ ହାତୀ ଗତକାଲି ରାତି ପ୍ରାୟ ୮ଟା ବେଳେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜ ବିଶୋଇ ସେକ୍ସନର ପୁଣ୍ଡିଦା ଗ୍ରାମ ନିକଟକୁ ଚାଲି ଆସିଥିଲେ। ହାତୀଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ମଣଦା ରେଞ୍ଜର ବନରକ୍ଷୀ କୁମୁଦେନ୍ଦୁ ମହାନ୍ତ, ବିଶୋଇ ବନରକ୍ଷୀ ସନତ କୁମାର ବେହେରା, ବନରକ୍ଷୀ ରାମଚନ୍ଦ୍ର କାରୁଆଙ୍କ ସହ ପାରା ଫରେଷ୍ଟ ଷ୍ଟାଫ୍ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କୁ ଘଉଡ଼ାଇଥିଲେ। ଏଥିପାଇଁ ସମସ୍ତଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ତେବେ ରାତି ପ୍ରାୟ ୧ଟା ବେଳେ ହାତୀମାନେ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲ ଆଡ଼କୁ ପଳାଇଯାଇଥିବା ଜଣାପଡ଼ିଛି। ହାତୀମାନେ କିଛି କ୍ଷୟକ୍ଷତି କରିନାହାନ୍ତି।
The post ଗ୍ରାମ ଭିତରକୁ ଚାଲିଆସିଲେ ହାତୀ first appeared on Sambad.from ଜିଲ୍ଲା | Sambad https://ift.tt/3AuJONz
0 Comments