ପାଇକମାଳ : ବରଗଡ଼ ଜିଲ୍ଲାପାଳ ପାଇକମାଳ ଥାନା ଜାମସେଠ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ  ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଯୁବକକୁ ପାଇକମାଳ ପୁଲିସ  କଟକରୁ ଗିରଫ କରିଛି। ଅଭିଯୁକ୍ତ ଜଣକ କଟକ ଜିଲ୍ଲା ବଡମ୍ବା ଥାନା ସାନବଡ଼ସିଂ ଗ୍ରାମର ସୁଗମ କେଶରୀ ନାୟକ।

ବର୍ଷେ ତଳେ ପାଇକମାଳର ଉକ୍ତ ଯୁବତୀଙ୍କ ଟିକ୍‌ଟକ୍ ଭିଡିଓ ଦେଖି ସେ ଲାଇକ୍‌ କରିଥିଲା। ପରେ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। ଏହାପରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ମୋବାଇଲ୍‌ରୁ ରେକର୍ଡିଂ କରିଥିଲା। କିଛିଦିନ ତଳେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ଯୁବତୀଙ୍କ ଘରକୁ ଫୋନ୍‌ କରି ଗାଳିଗୁଲଜ କରି ହତ୍ୟା ଧମକ ଦେଉଥିଲା। ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଆଇ ସୁନିତ ଦୋରାଙ୍କ ନେତୃ୍ତ୍ବରେ ଏକ ଟିମ୍‌ କଟକ ଯାଇ ଅଭିଯୁକ୍ତ ସୁଗମକୁ ଗିରଫ କରି ପାଇକମାଳ ଥାନାକୁ ଆଣିଥିଲା। ଶନିବାର ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି।

The post ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌, ଅଭିଯୁକ୍ତ କଟକରୁ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3ApW0iC