
ଖଡ଼ିଆଳ : ଖଡ଼ିଆଳ ବ୍ଲକ୍ ନେହେନା ପଞ୍ଚାୟତ ତୋରଲୀ ଗ୍ରାମରେ ମଦକୋଠି ବନ୍ଦ ନେଇ ଖଡ଼ିଆଳ ଅବକାରୀ ଉପ ନିରୀକ୍ଷକଙ୍କୁ ସ୍ଥାନୀୟ ଏସ୍ଏଚ୍ଜି ଦାବି କରିଛନ୍ତି। ତୋରଲୀ ଗ୍ରାମରେ ୪ଟି ମଦକୋଠି ଥିବାରୁ ଅଶାନ୍ତି ସୃଷ୍ଟି ହେଉଛି। ଏନେଇ ଗ୍ରାମର ମହିଳା ଏସ୍ଏଚ୍ଜି ସଦସ୍ୟ କୋଠି ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଖଡ଼ିଆଳ ଅବକାରୀ ଉପ ନିରୀକ୍ଷକ ଡମ୍ବରୁଧର ହରିଜନଙ୍କୁ ପଚାରିବାରୁ, ସେହି ଗ୍ରାମରେ ଅନେକ ଥର ଚଢ଼ଉ କରାଯାଇଛି। ଆସନ୍ତା ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
The post ତୋରଲୀ ଗ୍ରାମରେ ମଦକୋଠି ବନ୍ଦ ଦାବି first appeared on Sambad.from ଜିଲ୍ଲା | Sambad https://ift.tt/3jAPKP1
0 Comments