
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୁଣି କଳା ପଲସର ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି। ଗୁରୁବାର ଅପରାହ୍ଣ ୩ଟାରେ କଳା ପଲସରରେ ଆସିଥିବା ଲୁଟେରାମାନେ ସ୍ଥାନୀୟ ଶାସ୍ତ୍ରୀ ଛକରୁ ଏକ ବାଇକ୍ ଡିକି ଖୋଲି ୨ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାହାଡୁକି ଗାଁର ସାଗର ସାହୁ ଘରର ସୁନା ବନ୍ଧକ ରଖି କଣ୍ଟାବାଞ୍ଜି ଫେଡେରାଲ ବ୍ୟାଙ୍କରୁ ୨ ଲକ୍ଷ ୮୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କାକୁ ବାଇକ୍ ଡିକିରେ ରଖି ଶାସ୍ତ୍ରୀଛକ ନିକଟରେ ଅଟକିଥିଲେ। ସେଠାରେ ଏକ ଦୋକାନକୁ କିଛି କିଣିବାକୁ ଯିବା ସମୟରେ ଲୁଟେରାମାନେ ଏକ କଳାପଲସର ବାଇକ୍ରେ ଆସି ଡିକିରୁ ଟଙ୍କାତକ କାଢ଼ି ଆଖି ପିଛୁଳାକେ ଫେରାର୍ ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାକାର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି।
ପ୍ରକାଶଥାଉ କି, ଗତ ଦୁଇଦିନ ପୂର୍ବରୁ ମୁରିବାହାଲ ଥାନା ଘୁଷୁରାମୁଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କଠାରୁ ଲୁଟେରାମାନେ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପୁଲିସ ବର୍ତ୍ତମାନ ସୁଦ୍ଧା ଚୋରର ଟେର୍ ପାଇ ନାହିଁ।
The post କଣ୍ଟାବାଞ୍ଜିରେ କଳା ପଲସର ଆତଙ୍କ, ଡିକି ଖୋଲି ୨ଲକ୍ଷ ୮୦ ହଜାର ଲୁଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3yfITPa
0 Comments