
ଡୁଙ୍ଗୁରିପାଲି : ଧାନ ବିକି ନ ପାରିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଚାଷୀ ତଥା କଂଗ୍ରେସ କର୍ମୀ ରାଜେନ୍ଦ୍ର ସା ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ସେ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଟୋକନ ଲାପ୍ସ ହୋଇଥିବା ଧାନ ବିକ୍ରି ନେଇ ଡୁଙ୍ଗୁରିପାଲି ବ୍ଲକ୍ କଂଗ୍ରେସ କର୍ମୀଙ୍କ ଧାରଣା ଶନିବାର ଷଷ୍ଠ ଦିନରେ ପହଞ୍ଚିଛି।
ଧାରଣା ଦେଇଥିବା ଚାଷୀ ତଥା ବ୍ଲକ୍ କଂଗ୍ରେସ କମିଟିର ସଭ୍ୟ ରାଜେନ୍ଦ୍ର ସା କହଛନ୍ତି ଧାନ ଫସଲ ଅମଳ ହେବା ଆଗରୁ ଟୋକନ ଆସିଥିଲା। ଏହାର ୧୨ ଦିନ ସମୟ ଥିଲା। ଧାନ ଅମଳ ହେବା ପରେ ଟୋକନ ଲାପ୍ସ ହୋଇଗଲା। ଧାନ ବିହନ, ଓୌଷଧ ଓ ସାର ଋଣ କରି ଚାଷ କାମ କରିଛି। ଟ୍ରାକ୍ଟର ଭଡ଼ା ଆଜି ପର୍ଯ୍ୟନ୍ତ ଦେଇ ପାରିନାହିଁ। ଧାନ ବିକିଲେ ଶୁଝିବି ବୋଲି ଚିନ୍ତା କରିଥିବା ବେଲେ ଆଜି ସୁଦ୍ଧା ଧାନ ସରକାର ନେଲେ ନାହିଁ। ଋଣ ପରିଶୋଧ ଚିନ୍ତା ଘାରିଛି। ସରକାର ଧାନ କ୍ରୟ ନ କଲେ ଆତ୍ମହତ୍ୟା ଛଡ଼ା ଆଉ ବିକଳ୍ପ ନାହିଁ ବୋଲି ଚାଷୀ ରାଜେନ୍ଦ୍ର କହିଛନ୍ତି।
ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଗେଟ୍ରେ ଧାନ ବସ୍ତା ରଖି କଂଗ୍ରେସ କର୍ମୀମାନେ ଧାରଣା ଦେଇ ସରକାର ଧାନ କ୍ରୟ ନ କରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳରେ ବ୍ଲକ୍ କଂଗ୍ରେସ ସଭାପତି ଚିତ୍ତରଂଜନ ମିଶ୍ରଙ୍କ ସହ ଜିଲ୍ଲାଲ୍ଳା କଂଗ୍ରେସ କମିଟି ଉପସଭାପତି ବାଳକୃଷ୍ଣ ଦଣ୍ଡସେନା, ଜିଲ୍ଲା ଏସ୍ସି ସେଲର ସଭାପତି ସୁରୁବାବୁ ନନ୍ଦ, କୃଷକ ସେଲ ସଭାପତି ଭରତ ଭୋଇ, ବୀରେନ୍ଦ୍ର ଯୁଆଡ଼ି, ନେପାଲ ବାରିକ, ରାଜେନ୍ଦ୍ର ସା, ପାଣ୍ଡବ ତ୍ରିପାଠୀ, ଜଗନ୍ନାଥ ତ୍ରିବେଦୀ, ଛନକ ସାହୁ, ସୁରଥ କୁଅଁର, ବରୁଣ ମହାଲିଙ୍ଗ, ବିଭୂତି ଚୌହାନ, ମୁରଲୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ।
The post ଡୁଙ୍ଗୁରିପାଲିରେ ଚାଷୀଙ୍କ ଚେତାବନୀ, ଧାନ ବିକ୍ରି ନହେଲେ ଆତ୍ମହତ୍ୟା କରିବୁ first appeared on Sambad.from ଜିଲ୍ଲା | Sambad https://ift.tt/3yK4vnb
0 Comments