ଡୁଙ୍ଗୁରିପାଲି/ଶୁଖା : ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଶୁଖା ଗାଁ’ ଠିକିଡ଼ିପଡ଼ାରେ ଶନିବାର ଏକ ମାଟିଘର ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଉକ୍ତ ଗାଁ’ର କିଶୋର ପୁଟେଲ (୨୭ ବର୍ଷ)।

ପ୍ରାପ୍ତ ସୂଚନାନୁସାରେ ଶନିବାର ସକାଳେ କିଶୋର ଘରେ ଥିବା ବେଳେ ତାଙ୍କ ପତ୍ନୀ ଓ ଅଢ଼େଇ ବର୍ଷର ଝିଅ ପାଖ ଘରେ ଥିଲେ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ କିଶୋର ଥିବା ଘରଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ କାନ୍ଥ ଓ ଛପର ତଳେ ଚାପି ହୋଇଯାଇଥିଲେ। ପଡ଼ାବାସୀ ସଙ୍ଗେ ସଙ୍ଗେ ମାଟି ଓ ଛପର କାଢ଼ି ତାଙ୍କୁ ଉଦ୍ଧାର କରିଥିଲେ। ସେ ଗୁରୁତର ଭାବେ ଆହତ ଥିବାରୁ ତାଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ୍‌ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

The post ମାଟି ଘର ଭୁଶୁଡ଼ି ଯୁବକ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3yKlaa9