ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନିମକୋକାଲ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସମିତି ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଂଧ୍ୟାରାଣୀ ପଟ୍ଟନାୟକ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଢମାସର ଶିଶୁକୁ ଟିକା ଦିଆଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସାତୋଟି ଚିକିତ୍ସାଳୟରେ ମୋଟ ୪୦ ଜଣ ଶିଶୁଙ୍କୁ ଟିକା ଦିଆଯାଇଥିବା ଜଣାପଡିଛି। ତେବେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀରେ ଏହି ଟିକା ସଂପର୍କରେ ବିସ୍ତୁତ ବିବରଣୀ ପ୍ରଦାନ କରାଯାଇଥିଲା।

ମାଲକାନଗିରି ଜିଲ୍ଲାରେ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଥିବାରୁ ଏହି ଟିକାଦ୍ବାରା ଶିଶୁମାନେ ଭୟାବହ ନିମୋନିଆରୁ ଏବଂ ମସ୍ତିସ୍କ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ବୋଲି କୁହାଯାଇଛି। ଶିଶୁ ଜନ୍ମ ହେବାର ୬ ସପ୍ତାହ,୧୪ ସପ୍ତାହ,ଏବଂ ବୁଷ୍ଟର ଡୋଜ ୯ ମାସ ମଧ୍ୟରେ ଦିଆଯିବ।ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଟେ। ଏହାକୁ ଅନ୍ୟ ଟିକାକରଣ ବେଳେ ଶିଶୁଙ୍କୁ ମାଗଣାରେ ଦିଆଯିବ ବୋଲି କୁହାଯାଇଛି। ଜିଲ୍ଲାର ୧୪ ହଜାର ଶିଶୁ ପ୍ରତିବର୍ଷ ଏହି ଟିକା ଦ୍ବାରା ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡ.ଶିବ ପ୍ରସାଦ ମହାରଣା,ଡିଏମଓ ଡ.ଧନେଶ୍ବର ମହାପାତ୍ର,ମୃତ୍ୟୁଞ୍ଜୟ ରଥ,ଡ.ଶ୍ରୀପତି ଦାସ ମହାପାତ୍ର,ଡ.ଅନୀଲ କୁମାର ମିଶ୍ର,ଡ.ଅନୁପମା ମହାନା,ଚିତ୍ତରଂଜନ ସେଠୀ,ସୁପ୍ରଭା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

The post ନିମକୋକାଲ ଟିକାକରଣ ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/3AiZG5U