ସମ୍ବଲପୁର : ନିଜ ଟଙ୍କିକିଆ କ୍ଲିନିକ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ଭିମ୍‌ସାର୍‌ର ଆସିଷ୍ଟାଣ୍ଟ ପ୍ରଫେସର୍‌ ଡ‌ା. ଶଂକର ରାମଚନ୍ଦାନୀ ଏହି କ୍ଲିନିକ୍‌ରୁ ଲବ୍‌ଧ ଅର୍ଥକୁ ଜଣେ ଗରିବ ଶିଶୁର ପାଠପଢ଼ା ପାଇଁ ଦେଇଛନ୍ତି। ଗରିବ ରୋଗୀଙ୍କଠାରୁ ସେ ଟଙ୍କାଟିଏ ଲେଖାଏଁ ସଂଗ୍ରହ କରି ରଖିଥିବା ଘଡ଼ାକୁ ସ୍ମୃତି କଲେଥ୍‌ ନାମକ ଶିଶୁର ପାଠପଢ଼ା ପାଇଁ ଦେଇଛନ୍ତି।

ସ୍ମୃତିର ପିତାଙ୍କ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ମାଁ ଭୂମିସୂତାଙ୍କ ୩ ଝିଅ। ସେ ବିଭିନ୍ନ ସ୍ଥାନରେ କାମ କରି ପିଲାଙ୍କ ପେଟ ପୋଷନ୍ତି। ଛୋଟ ଝିଅ ସ୍ମୃତି ପାଠ ପଢ଼ୁଥିବାରୁ ସେହି ଖର୍ଚ୍ଚ ପାଇଁ ରାମଚନ୍ଦାନୀ ଉକ୍ତ ଟଙ୍କା ପ୍ରଦାନ କରିଛନ୍ତି। ୪ ମାସରେ ତାଙ୍କ ଟଙ୍କିକିଆ କ୍ଲିନିକ୍‌ରୁ ୫୨୩୧ ଟଙ୍କା ସଂଗୃହୀତ ହୋଇଥିଲା।

The post ଟଙ୍କିକିଆ କ୍ଲିନିକ୍‌ରୁ ଲବ୍‌ଧ ଅର୍ଥ ଗରିବ ଶିଶୁର ପାଠପଢ଼ା ପାଇଁ ଦେଲେ ରାମଚନ୍ଦାନୀ first appeared on Sambad.

from ଜିଲ୍ଲା | Sambad https://ift.tt/3jUSuHk